ହାଇକୋର୍ଟରେ ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆସନ୍ତା ୧୫ରେ ଶୁଣାଣିି ପାଇଁ ତାରିଖ ଧାର୍ଯ୍ୟ

କଟକ: ହାଇକୋର୍ଟରେ ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ପୋଷ୍ଟମର୍ଟମରେ ହୋମିସାଇଡ୍‌ କି ସୁଇସାଇଡ୍‌ ତାହା ସ୍ପଷ୍ଟ ହୋଇନି । ଆସନ୍ତା ୧୫ରେ ଶୁଣାଣିି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଶ୍ରୀଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ । ୨୦୨୦ ଜୁଲାଇ ୬ ତାରିଖରେ ଲିଙ୍ଗରାଜ ଷ୍ଟେସନରୁ ଆଦିତ୍ୟ ଦାସଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଛନ୍ତି ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପା ମା ।

ପୂର୍ବ ଶୁଣାଣି ସମୟରେ ଅଦାଲତରେ କ୍ରାଇମବ୍ରାଞ୍ଚ ଜଉମୁଦ ଲଫପାରେ ଦାଖଲ କରିଥିଲା ତଦନ୍ତ ରିପୋର୍ଟ । କ୍ରାଇମବ୍ରାଞ୍ଚ ଦ୍ୱାରା ବସ୍ତିରୁ ରେକର୍ଡ କରାଯାଇଥିବା ଦୁଇ ସାକ୍ଷୀଙ୍କ ବୟାନ ରେକର୍ଡକୁ କୋର୍ଟରେ ମଧ୍ୟ ଦାଖଲ କରାଯାଇଥିଲା । ସିଆରପିସିର ୧୭୪ ଧାରା ଅନୁସାରେ ତଦନ୍ତ ଚାଲିଛି କି ନାହିଁ ଏବଂ ପୋଷ୍ଟ ମଟମ ରିପୋର୍ଟ ଅନୁସାରେ ଏହା ହୋମିସାଇଡ଼ କି ସୁଇସାଇଡ଼ ତାହା ସ୍ପଷ୍ଟ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.