ବାରିପଦାଠାରେ ପୁଣି ଥରେ ପ୍ରତିଷ୍ଠା ହେବ କୋଭିଡ ହସ୍ପିଟାଲ, ଜିଲ୍ଲା ପ୍ରଶାସନ ଓ କିମ୍ସ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସ୍ୱାକ୍ଷରିତ ହେଲା ଏମ୍‌ଓୟୁ

କେନ୍ୟୁଜ୍(ବ୍ୟୁରୋ): କରୋନା ମହାମାରୀର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବାରିପଦାଠାରେ ପୁଣି ଥରେ ପ୍ରତିଷ୍ଠା ହେବ କୋଭିଡ ୧୯ ହସ୍ପିଟାଲ । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ କିମ୍ସ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଏମ୍‌ଓୟୁ । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ୍‌ ଭରଦ୍ୱାଜ୍‌ ଏବଂ କିମ୍ସ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଆର୍‌. ସି. ଦାସଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଏମ୍‌ଓୟୁ ।

୨୦୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ ହସ୍ପିଟାଲ ବାରିପଦା ଉପକଣ୍ଠ ବାଙ୍କିଶୋଳଠାରେ ଥିବା କିସ୍‌ ଆବାସିକ ବିଦ୍ୟାଳୟରେ ଖୋଲିବ । ଏଥିରେ ୧୬୦ ଟି ସାଧାରଣ ବେଡ୍‌ ଏବଂ ୨୦ ଟି ଆଇସିୟୁ ଏବଂ ୨୦ ଟି ଶଯ୍ୟା ଏଚ୍‌ଡିୟୁ ରହିବ ।

ଆସନ୍ତା ୧୭ ତାରିଖରେ ଏହି ସ୍ୱତନ୍ତ୍ର ଚିକିତ୍ସାଳୟ କାର୍ଯ୍ୟକ୍ଷମ ହେବ ହେବ ବୋଲି ସୂଚନା ଜିଲ୍ଲାପାଳ ଓ କିମ୍ସ କର୍ତ୍ତୃପକ୍ଷ । କରୋନାର ପ୍ରଥମ ଲହର ଏବଂ ଦ୍ୱିତୀୟ ଲହର ସମୟରେ କିମ୍ସ ଦ୍ୱାରା ପରିଚାଳିତ କୋଭିଡ୍‌ ହସ୍ପିଟାଲ ଉତ୍ତମ ସେବା ଯୋଗାଇଥିବାରୁ ଜିଲ୍ଲାପାଳ ପ୍ରସଂଶା କରିବା ସହ ପୁଣି ଥରେ ମହାମାରୀକୁ ରୋକିବା ପାଇଁ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.