ଖଡିଆଳ ବନଖଣ୍ଡ ସିଲିଆରିବାହରା ଗାଁ ପାଖ ଜଙ୍ଗଲରେ ବୁଲୁଛନ୍ତି ଦୁଇଟି କଲରାପତରିଆ, କ୍ୟାମେରାରେ ବି କଏଦ ହୋଇଛି ବାଘ

ପୁଣି ଗାଈକୁ ମାରି ଖାଇଛି ବାଘ । ଧରମବନ୍ଧା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସିଲିଆରିବାହରା ଗାଁର ନିକଟରେ ଗୋଟିଏ ଗାଈକୁ କଲରାପତରିଆ ବାଘ ଆକ୍ରମଣ କରି ମାରିଖାଇଥିବା ଅଭିଯୋଗ ହୋଇଛି । 

ନୂଆପଡା(କେନ୍ୟୁଜ୍): ନୂଆପଡାରେ ଥମୁନି ବାଘ ଆତଙ୍କ । ଖଡିଆଳ ବନଖଣ୍ଡ ଅଧିନସ୍ଥ ସିଲିଆରିବାହରା ଗାଁ ପାଖ ଜଙ୍ଗଲରେ ବୁଲୁଛନ୍ତି ଦୁଇଟି କଲରାପତରିଆ । କ୍ୟାମେରାରେ ବି କଏଦ ହୋଇଛି ବାଘ । ଏକ ମହୁଲ ଗଛ ତଳେ ବସିଥିବା ଦେଖି ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି । ନୂଆପଡା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିଛନ୍ତି ।

ପୁଣି ଗାଈକୁ ମାରି ଖାଇଛି ବାଘ । ଧରମବନ୍ଧା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସିଲିଆରିବାହରା ଗାଁର ନିକଟରେ ଗୋଟିଏ ଗାଈକୁ କଲରାପତରିଆ ବାଘ ଆକ୍ରମଣ କରି ମାରିଖାଇଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.