ବ୍ରହ୍ମପୁର: ଅପରାଧୀ କରୋନା ପଜିଟିଭ ସନ୍ଦେହ, କ୍ଵାରେଣ୍ଟାଇନ ସେଣ୍ଟର ଯିବେ ପୋଲିସ କର୍ମୀ

ବ୍ରହ୍ମପୁର: କ୍ଵାରେଣ୍ଟିଂନ ସେଣ୍ଟର ଯିବେ ପୋଲିସ କର୍ମୀ । ହତ୍ୟା ଉଦ୍ୟମ ମାମଲାରେ ଚାରି ଦିନ ତଳେ ଗିରଫ ହୋଇଥିବା ୨ଜଣ  ଅପରାଧୀ  କରୋନା ଆକ୍ରାନ୍ତ ଥିବା ନେଇ ସନ୍ଦେହ ଥିବାରୁ ହିଁ ଏହି ଥାନାର ସମସ୍ତ ପୋଲିସ କର୍ମଚାରୀଙ୍କୁ କ୍ଵାରେଣ୍ଟିଂନ ସେଣ୍ଟରରେ ରଖାଯିବ । ଏନେଇ  ନିର୍ଦ୍ଦେଶ ଦେଇଛନ୍ତି ଗଂଜାମ ଏସ୍ପି ପିନାକ ମିଶ୍ର । ଘଟଣାଟି ପ୍ରକୃତରେ ଘଟିଛି ଗଂଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ପୋଲରାଜପୁର ଗ୍ରାମରେ ।କହିରଖିବା ଉଚିତ ହେବକି, ଗତ ଏକ ହତ୍ୟା ଉଦ୍ୟମ ମାମଲାରେ ସନ୍ଦିଗ୍ଧ ୨ ଜଣଙ୍କୁ ୪ ଦିନ ପୁର୍ବେ ପୋଲିସ ଗିରଫ କରିଥିଲା । କିନ୍ତୁ ସେମାନେ କରୋନା ଆକ୍ରାନ୍ତ ଥିବା ନେଇ ସନ୍ଦେହ ହେବାରୁ ସେମାନଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଛି । ସେମାନଙ୍କୁ ୪ ଦିନ ହେବ ହାଜତରେ ରଖାଯାଇଥିଲା ।

ସେମାନଙ୍କ ଠାରେ କାରଣ ଲକ୍ଷଣ ଦେଖାଦେବାରୁ ସେମାନଙ୍କୁ ବ୍ରହ୍ମପୁର ଜେଲକୁ ପଠାଇ ଦିଆଯାଇଛି । କିନ୍ତୁ ସେମାନଙ୍କୁ ଜେଲ ରେ ଅନ୍ୟ କଏଦୀ ମାନଙ୍କ ଠାରୁ ଅଲଗା ରଖାଯିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର । ଏହାକୁ ଦୃଷ୍ଟିରେ ରଖି ଜରଡ଼ା ଥାନା ର ସମସ୍ତ ଥାନା କର୍ମଚାରୀ କ୍ଵରେଣ୍ଟନ ସେଣ୍ଟର ଯିବେ ବୋଲି ବ୍ରହ୍ମପୁର ଏସ୍ ପି ପିନାକ ମିଶ୍ର ସୂଚନା ଦେବା ସହ ସେମାନଙ୍କ ସଂପର୍କରେ ଯେଉଁମାନେ ଆସିଛନ୍ତି ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯିବ ଓ ଥାନାରେ ବିକଳ୍ପ ପୋଲିସ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଏସ୍ପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.