ଯାଜପୁର: ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଯାଜପୁର(କେନ୍ୟୁଜ୍):ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳର ଘଟଣା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୋଲିସ ଅଭିଯୋଗ ପାଇ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ଗତ ୨୮ ତାରିଖ ଦିନ ମହିଳାଙ୍କ ଛୁଆ ରାସ୍ତାରେ ଯାଉଥିବା ସମୟରେ ପ୍ରତାପ ସେଠୀ ନାମକ ବ୍ୟକ୍ତି ରାସ୍ତା ଉପରେ ଧାନ ଅମଳ କରୁଥିଲେ। ରାସ୍ତା ଦେଇ ଯାତାୟତ କରିବାକୁ ବାଧା ଦେଇଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ପ୍ରତାପ ଓ ତାଙ୍କ ପରିବାର ଲୋକେ ମହିଳାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି। ଯାଜପୁର ଏସଡିପିଓ ଘଟଣାର ଦୃଷ୍ଟି ଆକର୍ଷଣ କରିଛନ୍ତି ।