ନାମଲେଖାରୁ ବଞ୍ଚିତ ଷଷ୍ଠ ଶ୍ରେଣୀ ଛାତ୍ରର ଅଭିନବ ପ୍ରତିବାଦ : ବିଦ୍ୟାଳୟ ସମ୍ମୁଖରେ ବିକ୍ରି କଲେ ଚଣା, ମୁଢ଼ି

ବ୍ରହ୍ମପୁର(କେନ୍ୟୁଜ୍): ଚଣା, ମୁଢ଼ି ବିକ୍ରି କରି ପ୍ରତିବାଦ । ନାମଲେଖାରୁ ବଞ୍ଚିତ ଥିବାରୁ ବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ର। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍‌ଏସି ଅନ୍ତର୍ଗତ କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ ।

ବିଦ୍ୟାଳୟରେ ନାମ ଲେଖାଇବାରୁ ବଞ୍ଚିତ ହୋଇ ପାଠପଢ଼ି ନପାରିବାରୁ ବିଦ୍ୟାଳୟ ସମ୍ମୁଖରେ ଚଣା, ମୁଢ଼ି, ବିସ୍କୁଟ ଓ ଚକୋଲେଟ ବିକ୍ରି କରି ପ୍ରତିବାଦ କରିଛନ୍ତି। ପୁଅର ନାମ ଲେଖା ପାଇଁ ବାରମ୍ବାର ବିଦ୍ୟାଳୟଠାରୁ ଆରମ୍ଭ କରି ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ିବା ପରେ କୌଣସି ସୁଫଳ ମିଳିଲାନି। ଫଳରେ ଏପରି ପଦକ୍ଷେପ ନେଇଛନ୍ତି ।

ଏପଟେ ବିଦ୍ୟାଳୟ ପକ୍ଷରୁ କୁହାଯାଇଛି, ଛାତ୍ରଙ୍କ ଅଫ୍‌ଲାଇନ ସାର୍ଟିଫିକେଟରେ କିଛି ଅସୁବିଧା ରହିଛି । କିଭଳି ଭାବେ ତାଙ୍କର ନାମ ଲେଖାଯାଇପାରିବ ସେ ନେଇ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି। ବିଦ୍ୟାଳୟରେ ନାମଲେଖା ପାଇଁ ଏଭଳି ପ୍ରତିବାଦକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.