ଯୁବତୀଙ୍କୁ ଅପହରଣ ଉଦ୍ୟମ ବିଫଳ: ଗୋଡାଇ ଗୋଡାଇ ୪ ଅପହର୍ତ୍ତାଙ୍କୁ କାବୁ କଲା ପୋଲିସ

ଯୁବତୀଙ୍କୁ ଅପହରଣ ବେଳେ ଗୋଡ଼ାଇ ଧରିଲା ପୋଲିସ । ଯୁବତୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରାଯାଇଛି । ନୟାଗଡ଼ ସଦର ଥାନା ଅଞ୍ଚଳରୁ ଏହି ଘଟଣା ସାମନାକୁ ଆସିଛି । ୪ ଅପହର୍ତ୍ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ନୟାଗଡ଼ ସଦର ଥାନା ପୋଲିସ ।

ନୟାଗଡ଼ (କେନ୍ୟୁଜ): ଯୁବତୀଙ୍କୁ ଅପହରଣ ବେଳେ ଗୋଡ଼ାଇ ଧରିଲା ପୋଲିସ । ଯୁବତୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରାଯାଇଛି । ନୟାଗଡ଼ ସଦର ଥାନା ଅଞ୍ଚଳରୁ ଏହି ଘଟଣା ସାମନାକୁ ଆସିଛି । ୪ ଅପହର୍ତ୍ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ନୟାଗଡ଼ ସଦର ଥାନା ପୋଲିସ ।

ଅଭିଯୋଗ ହୋଇଛି, ନୟାଗଡ଼ ରାଜପାଟଣା ନିକଟରେ ଯୁବତୀ ଜଣକ ସାଇକେଲ ଯୋଗେ ଘରକୁ ଫେରୁଥିଲେ । ୪ ଯୁବକ ଏକ କାରରେ ଆସି ତାଙ୍କୁ ଅଟକାଇଥିଲେ ।ପରେ ଯୁବତୀଙ୍କୁ ଅପହରଣ କରିନେଇଯାଉଥିବା ବେଳେ କେହି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ନୟାଗଡ଼ ସଦର ପୋଲିସ କାରକୁ ପିଛା କରି ଚଣ୍ଡୀବସ୍ତ ନିକଟରେ କାରକୁ ଧରିବା ସହ ଜବତ କରି ଥାନାକୁ ଆଣିଛି ।ତେବେ କ’ଣ ପାଇଁ ଅପହରଣ କରିଥିଲେ । ଏହାର ପଛରେ ଆଉ କ’ଣ କାରଣ ରହିଛି ସେନେଇ ପୁଲିସ ଅଧିକ ଖୋଳତାଡ କରୁଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.