ନୟାଗଡ଼ ନାବାଳିକା ହତ୍ୟା ମାମଲା: ଦ୍ୱିତୀୟ ଥର ପାଇଁ ବାବୁଲି ନାୟକଙ୍କୁ ଜେରା କରୁଛି ଏସଆଇଟି, ଚାଲିଛି ଗାଡି କାଗଜପତ୍ରର ଯାଞ୍ଚ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଯଦୁପୁର ନାବାଳିକା ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଏସଆଇଟି ତନାଘନା ଜୋରଦାର କରିଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କୁ ଜେରା କରୁଛି ଏସଆଇଟି । ବାବୁଲି ନାୟକ ଘରେ ତଦନ୍ତକାରୀ ଦଳର ମୁଖ୍ୟ ଅରୁଣ ବୋଥ୍ରା । ବାବୁଲିର ତିନି ମହଲା ଘରେ ତଦନ୍ତ କରିଥିଲା ଟିମ୍‌ ।

ବାବୁଲି ନାୟକ ଓ ତା ପୁଅକୁ ଏକ ଘଣ୍ଟା ଧରି ପଚରାଉଚରା କରିଥିଲା । ବାବୁଲିର ଗାଡ଼ି ଓ ଡ୍ରାଇଭର ସମ୍ପର୍କରେ ପଚରାଉଚରା କରିଛି ଏସଆଇଟି । ଡ୍ରାଇଭର ବିଜୟ ବେହେରାକୁ ଇଟାମାଟିରୁ ପଚରାଉଚରା ପାଇଁ ଉଠାଇ ନେଇଛି ଏସଆଇଟି । ସର୍କିଟ ହାଉସରେ ବିଜୟ ବେହେରାକୁ ଅରୁଣ ବୋଥ୍ରା ପଚରାଉଚରା କରିଛନ୍ତି ।

ଏହାପରେ ନୟଗାଡ଼ ଟାଉନ ଥାନାରେ ଏକ ଟିମ୍‌ ପାଖାପାଖି ଦୁଇ ଘଣ୍ଟା ଧରି ଜେରା କରିଥିଲା । ଅନ୍ୟପଟେ ଏସଆଇଟି ତଦନ୍ତ ଉପରେ ଖୁସି ଅଛନ୍ତି ଗ୍ରାମବାସୀ । ଗତକାଲି ସଂଧ୍ୟାରେ ଏକ ରୁଦ୍ଧଦ୍ୱାରା ବୈଠକ ହୋଇଥିଲା । ଏସଆଇଟି ସୂଚନା ଦେଲେ ନାମ ଗୁପ୍ତ ରଖି ଏକ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି କହିଛି ଏସଆଇଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.