ବଢୁଛି ବୈତରଣୀ ପାଣି: ପାଣି ଘେରରେ ବୋଡକ ଗାଁ, ଡଙ୍ଗାରେ ପିଇବା ପାଣି ନେଉଛନ୍ତି ଲୋକେ

ଚାନ୍ଦବାଲି(କେନ୍ଯୁଜ୍): ବୈତରଣୀରେ ବନ୍ୟା । ଉପର ମୁଣ୍ଡରୁ ବନ୍ୟା ପାଣି ଖସି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ତଳିଆ ଅଂଚଳ ଆରଡି , ନାନ୍ଦପୁର , ସୁନ୍ଦରପୁର ଓଳଗ ପଂଚାୟତରେ ପ୍ରବେଶ କରିଛି । ବିଶେଷ କରି ଓଳଗ ପଂଚାୟତର ବୋଡକ ଗାଁ ୨ଦିନ ହେଲା ବନ୍ୟା ପାଣି ଘେରର ରହିଛି । ଗାଁକୁ ବନ୍ୟା ପାଣି ଘେରି ରହିଥିବାରୁ ଲୋକମାନେ ବାହାରକୁ ବାହାରି ପାରୁନାହାଁନ୍ତି । ଦେଶୀ ଡଙ୍ଗା ସାହାଯ୍ଯରେ ପିଇବା ପାଣି ନେଉଥିବାର ଦେଖିବାକୁ ମିଳିଛି ।

ସେହିପରି ବୈତରଣୀ କୂଳ ଲଂଘିବାରୁ ଏନ.ଏଚ ୨୦ର ଆରଡି -ଯାଜପୁର ମୁଖ୍ୟ ରାସ୍ତାର ବୋଡକ ଠାରେ ୩ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ତେଣୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି ଆରଡି–ତିନିତର ଘାଟ ମୁଖ୍ୟ ରାସ୍ତାର ମୁଅଁଆ ଘୋଷରା ଓ ଆରଡି-ଧାନକଣିଆ ରାସ୍ତାର ଭୂଇଁପୁର ଘୋଷରା ଉପରେ ମଧ୍ୟ ବନ୍ୟା ପାଣି ପ୍ରଭାବିତ ହେଉଛି । ତାହାସହ ୪ପଂଚାୟତର ହଜାର ହଜାର ହେକ୍ଟର ଚାଷ ଜମିରେ ମଧ୍ୟ ବନୟା ପାଣି ମାଡି ଚାଲିଛି । ପାଣି ବଢୁଥୁବାରୁ ୪ପଂଚାୟତର ୨୫ରୁ ଉର୍ଦ୍ଧ୍ବ ଗାଁ ପ୍ରତି ବିପଦ ବଢିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.