ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ, ବାଲେଶ୍ୱର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି

ବାଲେଶ୍ବର(କେନ୍ୟୁଜ୍):ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ସନ୍ଧ୍ୟାରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସାଂସଦଙ୍କ ଛାତି ସଂକ୍ରମଣ ଯୋଗୁଁ ତାଙ୍କୁ ବାଲେଶ୍ବର ଫକୀର ମୋହନ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାଂସଦ ବର୍ତ୍ତମାନ ହସ୍ପିଟାଲର ଆଇସିୟୁର ୩ ନମ୍ବର ବେଡରେ ଚିକିତ୍ସିତ ହେଉଛନ୍ତି ।

ଆଜି  ସନ୍ଧ୍ୟାରେ ଅସୁସ୍ଥତା ଅନୁଭବ କରି ଥିବା ହେତୁ ତାଙ୍କୁ ହଠାତ ହସ୍ପିଟାଲରେ ଭର୍ତ୍ତି କରାଗଲା । ଗତ ୨୮ ତାରିଖରେ ମଧ୍ୟ ଅସୁସ୍ଥ ତା ହେତୁ ବାଲେଶ୍ୱର ହସ୍ପିଟାଲକୁ ଆସି ଡାକ୍ତରଙ୍କ ପରାମର୍ଶ ଛାତି ଓ ଗଳାରେ ସଂକ୍ରମଣ ଯୋଗୁଁ ଚିକିତ୍ସା ହୋଇ ଫେରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.