ପରମ୍ପରା ଅନୁଯାୟୀ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ବନଜାଗ ଯାତ୍ରା ଅନୁଷ୍ଠିତ

ଯାଜପୁର ଟାଉନ(କେ ନ୍ୟୁଜ): ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶାରଦୀୟ ପୁଜାର ଶୁଭାରମ୍ଭ ହୋଇଥାଏ । ମାଙ୍କ ରଥ ନିର୍ମାଣ ପାଇଁ କାଷ୍ଠ ସଂଗ୍ରହ ତଥା ବିଲ୍ୱ ବରୁଣ ପୁଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ନବାଙ୍କ ପୁଜା କରାଯାଈ ସାରଣୀ ଲେଖା ସହ ସହ ଷୋଡଶ ଉପଚାର ଲାଗି ନିୟୋଜିତ ସେବାୟତ ମାନଙ୍କୁ ବରଣୀ କରାଯାଇଛି । ସଂଧ୍ୟାରେ ବଳି ମଣ୍ଡପରେ ବିଧି ମୂତାବକ ସାବିତ୍ରୀ ଓ ସରସ୍ୱତୀ ଆହ୍ୱାନରେ ପୁଜା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ପୂଜା ପରେ ଦେବୀଙ୍କ ସିଁହଧ୍ୱଜ ରଥ ନିର୍ମାଣ ଲାଗି ଚିହ୍ନଟ ବେଲ ଗଛ କଟା ଯିବାର ପରମ୍ପରା ରହିଛି ।

jajpur

ଚଳିତ ବର୍ଷ ପାରମ୍ପରିକ ରୀତି ନୀତି ଅନୁଯାୟୀ ଶିରିଆପୁର ଗ୍ରାମର ବିଶ୍ୱନାଥ ମିଶ୍ରଙ୍କ ବାଡିରେ ଥିବା ଅଫଳନ୍ତି ଓ ଅକ୍ଷୂର୍ଣ୍ଣ ବେଲ ଗଛକୁ ପୂଜା କରାଯାଇ ସ୍ୱର୍ଣ୍ଣ ଛେଦନ କରାଯାଇଛି । ପୂଜା ହୋଇଥିବା ଡାଳ ଆଣିବା ପରେ ମା’ ଙ୍କ ରଥ ନିର୍ମାଣ କାର୍ଯ୍ୟ ଆସନ୍ତା କାଲି ଠାରୁ ଆରମ୍ଭ ହେବାର ବିଧି ରହିଛି ବୋଲି ମୁଖ୍ୟ ସେବାୟତ କହିଛନ୍ତି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ସାମସ୍ତ କାର୍ଯ୍ୟରେ ସୁବନ୍ଦୋବସ୍ତ କରାଯାଇଛି । ସରକାରଙ୍କ କୋଭିଡ-୧୯ ନିୟମାନୁସାରେ ସମସ୍ତ ସେବାୟତ ସାସ୍କ ପରିଧାନ କରି ସମସ୍ତ କାର୍ଯ୍ୟ ସମାପନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.