ବେଙ୍ଗାଲୁରୁ ନାଇଜେରିଆନ ମୋଷ୍ଟ ଓ୍ଵାଣ୍ଟେଡ୍‌: କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା

ଭୁବନେଶ୍ବର(କେନ୍ଯୁଜ୍): ଓକାକ୍‌ ସିଇଓ ଓ ଆଇଟି ବିଭାଗ ଅଧିକାରୀଙ୍କ ହ୍ଵାଟସ୍‌ଆପ ଆକାଉଣ୍ଟ ହ୍ୟାକ ଘଟଣାରେ ନୂଆ ତଥ୍ୟ। ନାଇଜେରିଆନ୍‌ ମୋରିସ ଗିରଫ ପରେ ଜିଲ୍ଲୀ ପୋଲିସ ତା ଠାରୁ ଅନ୍ୟ ହ୍ଵାଟସ୍‌ଆପ ହ୍ୟାକିଙ୍ଗ ତଥ୍ୟ ହାସଲ କରିଛି। ଓକାକ୍‌ ହ୍ୟାକିଂରେ ଅନ୍ୟ ଜଣେ ଅଧିକାରୀଙ୍କୁ ପ୍ରଥମେ ହ୍ୟାକ କରିଥିଲା।

ପରେ ମନୋଜଙ୍କ ହ୍ଵାଟସ୍‌ଆପ ହ୍ୟାକିଂ କରିଥିଲା। ବେଙ୍ଗାଳୁରୁରେ ଥିବା ନାଇଜେରିଆନ ହ୍ୟାକର ସହ ମୋରିସର ସମ୍ପର୍କ ରହିଛି। ଓକାକ୍‌ ହ୍ୟାକିଂ ଘଟଣାରେ ବେଙ୍ଗାଳୁରୁ ହ୍ୟାକର ସମ୍ପୃକ୍ତ ରହିଛି। ଦିଲ୍ଲୀ ପୋଲିସ ସହ ଓଡ଼ିଶା କ୍ରାଇମବ୍ରାଞ୍ଚ ଯୋଗାଯୋଗରେ ଅଛନ୍ତି। ଉଭୟଙ୍କ ପାଇଁ ବେଙ୍ଗାଳୁରୁ ନାଇଜେରିଆନ ମୋଷ୍ଟ ଓ୍ଵାଣ୍ଟେଡ୍‌ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.