ବିଶ୍ୱର ଉତ୍ତପ୍ତ ସହର ବାରିପଦା, ଆଜି ବି ସର୍ବୋଚ୍ଚ ରେକର୍ଡ ୪୪ ଡିଗ୍ରୀ ସେଲସିୟସ

ବିଶ୍ୱର ଉତ୍ତପ୍ତ ସହର ବାରିପଦା । ବାରିପଦାରେ ଆଜି ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅନ୍ୟ ସହରରେ ବି ଡହ ଡହ ଖରା, ଅସ୍ତବ୍ୟସ୍ତ ଜନଜୀବନ ।

ବିଶ୍ୱର ଉତ୍ତପ୍ତ ସହର ବାରିପଦା । ବାରିପଦାରେ ଆଜି ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅନ୍ୟ ସହରରେ ବି ଡହ ଡହ ଖରା, ଅସ୍ତବ୍ୟସ୍ତ ଜନଜୀବନ । ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି ୨୫ ସହରର ତାପମାତ୍ରା। ୪୨ ଡିଗ୍ରୀ ସେଲସିୟସ ପାର କରିଛି ୧୦ଟି ସହରର ପାରା।

ଝାରସୁଗୁଡ଼ାରେ ତାପମାତ୍ରା ୪୨.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଥିବା ବେଳେ ତାଳଚେରରେ ୪୨.୬, ବୌଦ୍ଧ ଓ ଟିଟିଲାଗଡ଼ରେ ୪୨.୫, ସମ୍ବଲପୁର ଓ ବଲାଙ୍ଗିରରେ ୪୨.୨, ଅନୁଗୁଳ ଓ ସୋନପୁରରେ ତାମପାତ୍ରା ୪୨.୧ ଡିଗ୍ରୀ ରହିଛି। ସୁନ୍ଦରଗଡ଼ର ପାରଦ ୪୨ ରହିଛି। ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ କାଲି ୬ ଜିଲ୍ଲାକୁ ହିଟ୍‌ୱେଭ ୱାର୍ଣ୍ଣିଂ ଜାରି ହୋଇଛି ।

ତେବେ ଏହାରି ଭିତରେ ଆଶ୍ୱସ୍ତିକର ଖବର ଆଣିଛି ପାଣିପାଗ କେନ୍ଦ୍ର । ଦିନକ ପରେ ତାତିରେ ଲାଗିବ ବ୍ରେକ୍‌ । ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଅଧିକ ରହିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.