ବୟାଙ୍ଗଡିହରେ ଅନୁଷ୍ଠିତ ହୋଇଛି ୨୫୦ବର୍ଷର ପୁରୁଣା “ଦେଶ ଦୋଳ ମେଳଣ ପର୍ବ”

ଭଦ୍ରକ (କେ ନ୍ୟୁଜ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନସ୍ଥ ବୟାଙ୍ଗଡିହ ମେଳନ ପଡ଼ିଆରେ ଅନୁଷ୍ଠିତ ହୋଇଛି ୩ ଦିନିଆ ଦେଶ ଦୋଳ ମେଳଣ ଉତ୍ସବ।ଏହି ପ୍ରସିଦ୍ଧ ମେଳଣ ଶହ ଶହ ବର୍ଷ ହେବ ଏହି ଅଞ୍ଚଳ ରେ ଏକ ଗଣ ପର୍ବ ଭାବେ ପାଳନ ହେବା ସହିତ ଭାଇ ଚାରା ରକ୍ଷା ଦିଗରେ ଏକ ପ୍ରମୁଖ ଭୂମିକା ନିଭାଉଛି ।

ଏହି ମହାସମାରୋହରେ ବିଭିନ୍ନ ସ୍ଥାନରୁ ଠାକୁର ବାଡ଼ିଆ ଶୋଭାଯାତ୍ରା କରି ଠାକୁରଙ୍କୁ ବିମାନରେ ବସାଇ ମେଳନ ପଡ଼ିଆକୁ ନେଇ ଆସିଥିଲେ। ବିମାନରେ ବିରାଜମାନ ଥିଲେ ରାଧା କୃଷ୍ଣଙ୍କ ମୂର୍ତ୍ତି। ସୁସଜ୍ଜିତ ବେଶରେ ପ୍ରଭୁଙ୍କୁ ଆଧାତ୍ମିକ ବାତାବରଣରେ ପୂଜାର୍ଚ୍ଚନା କରି ଠାକୁର ବାଡ଼ିଆ ମାନେ ତାଙ୍କୁ ପାଛୋଟି ନେଇଥିଲେ ଭକ୍ତଙ୍କ ଗହଣକୁ। ନାଚଗିତ କରି ବାଣ ଫୁଟାଇ ବାଜା ବଜାଇ ମେଳଣ ପଡ଼ିଆକୁ ବିମାନକୁ ଆଣିଥିଲେ।

ତେବେ ଏହାକୁ ଦେଖିବା ପାଇଁ ମେଳଣ ପଡ଼ିଆରେ ଉପସ୍ଥିତ ଥିଲେ ହଜାର ହଜାର ଭକ୍ତ। ଗତବର୍ଷ କୋଭିଡ କଟକଣାରେ ମେଳଣ କେବଳ ପ୍ରଥା ପରମ୍ପରା ରକ୍ଷା ପାଇଁ ପାଳନ କରାଯାଇଥିଲା। କିନ୍ତୁ ଭକ୍ତ ମାନଙ୍କୁ ଏସବୁରୁ ବଞ୍ଚିତ ରଖାଯାଇଥିଲା। ତେବେ ଚଳିତ ବର୍ଷ କୋଭିଡ କଟକଣା କୋହଳ ହେବା ପରେ ପୁରାତନ ମେଳଣ ପୁଣିଥରେ ମହା ଆଡମ୍ବର ସହ ଅନୁଷ୍ଠିତ ହୋଇଛି। ତେଣୁ ଭକ୍ତ ମାନେ ମଧ୍ୟ ଏଠାକୁ ଆସି ପ୍ରଭୁଙ୍କ ଦୋଳ ଦର୍ଶନ କରିଛନ୍ତି। ତେବେ ସବୁ ମେଳଣରେ ଡିଜେ ସାଉଣ୍ଡ ବାଜୁଥିବା ବେଳେ ଏହି ମେଳଣରେ ପାରମ୍ପରିକ ବାଦ୍ୟ ଓ ମାଇକ ବଜାଇ ମେଳଣ ଶୋଭାଯାତ୍ରା କରାଯାଇଥିଲା।

ଚଳିତ ବର୍ଷ କୋଭିଡ କଟକଣା ପରେ ଭଦ୍ରକ ଜିଲ୍ଲାର ସର୍ବ ପୁରାତନ ବୟାଙ୍ଗ ଦୋଳ ମେଳଣର ନିଦ ର୍ଶନ ଥିଲା ଟିକେ ଭିନ୍ନ। ଶୃଙ୍ଖଳିତ ଭାବେ ନିଆରା ମେଳଣ ଉତ୍ସବ ଅନୁଷ୍ଠିତ ହେବା ସହିତ କମିଟି ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ତେବେ ଅଞ୍ଚଳର ଏହି ଦେଶ ଦୋଳନ ପର୍ବ ଦୀର୍ଘ ୨ଶହ ବର୍ଷରୁ ଅଧିକ ସମୟରୁ ଅନୁଷ୍ଠିତ ହେଉଆସୁଛି। ମାତ୍ର ୪ଗୋଟି ବିମାନକୁ ନେଇ ଆରମ୍ଭ ହୋଇଥିବା ଏହି ପୁରାତନ ମେଳଣରେ ଏବେ ୫୦ରୁ ଅଧିକ ବିମାନ ସାମିଲ ହେଲାଣି।

ତେବେ ଏଥର ଉତ୍ସବରେ ସୁସ୍ୱାଦୁ ଖାଦ୍ୟ ସହିତ ବିଭିନ୍ନ ମନ ପସନ୍ଦର ଜିନି ଷ ମଧ୍ୟ ବିକ୍ରି ହୋଇଥିଲା। ୩ଦିନ ଧରି ଚାଲିଥିବା ଏହି ଉତ୍ସବରେ ଅନେକ ଭକ୍ତ ଆସି ଖୁସି ହୋଇଥିଲେ। ସେହିପରି ମେଳଣ କମିଟି ପକ୍ଷରୁ ଶୃଙ୍ଖଳା ରକ୍ଷା ପାଇଁ ସ୍ୱେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.