ପ୍ରାୟ ୧ ହଜାର ବ୍ୟକ୍ତିଗତ ଷ୍ଟାଫଙ୍କୁ ବଦଳାଇଲେ ପୁଟିନ, ଏହା ପଛରେ ଭୟ ନା ଆଉ କିଛି !

ପୁଟିନଙ୍କୁ ଧୀରେ ଧୀରେ ମହଙ୍ଗା ପଡ଼ିଲାଣି ୟୁକ୍ରେନ ଉପରେ ଆକ୍ରମଣ। ଭୟଭୀତ ହେଲେଣି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ତାଙ୍କୁ ବିଷ ଦେଇ ମାରିବା ଷଡଯନ୍ତ୍ର ହୋଇଥିବା ନେଇ ଗୁଇନ୍ଦା ରିପୋର୍ଟ ଆସିବା ପରେ ଭୟଭୀତ ହୋଇପଡିଛନ୍ତି ପୁଟିନ। ସେ ନିଜର ସମସ୍ତ ବ୍ୟକ୍ତିଗତ ଷ୍ଟାଫଙ୍କୁ ବଦଳି କରିଛନ୍ତି । ପ୍ରାୟ ୧ହଜାର ଷ୍ଟାଫଙ୍କୁ ବଦଳାଇ ଦେଇଛନ୍ତି ପୁଟିନ। ସେମାନଙ୍କ ମଧ୍ୟରେ ତାଙ୍କ ରୋଷେୟା, ବଡିଗାର୍ଡ ପ୍ରମୁଖ ଅଛନ୍ତି। ରୁଷର କିଛି ବରିଷ୍ଠ ଶାସକ ଓ ବ୍ୟବସାୟୀ ଏହି ଯୋଜନା କରିଛନ୍ତି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି। ପୁଟିନଙ୍କୁ ହତ୍ୟା କରି ତାଙ୍କ ସ୍ଥାନରେ ଜଣେ ନୂଆ ରାଷ୍ଟ୍ରପତିଙ୍କୁ ନିଯୁକ୍ତି ଦିଆଯିବ। ରୁଷ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ପକ୍ଷରୁ ବାସନ୍ଦ ଲାଗୁ ହୋଇଥିବାରୁ ଦେଶର ଶିଳ୍ପପତି, ବ୍ୟବସାୟୀ ଓ ବରିଷ୍ଠ ଶାସକମାନେ ଘୋର କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ ସେମାନେ ପୁଟିନଙ୍କୁ ହଟାଇବାକୁ ଚାହୁଁଛନ୍ତି । ବିଷଦେଇ ହତ୍ୟା, ଆକସ୍ମିକ ଦୁର୍ଘଟଣା କିମ୍ବା ସେଭଳି ଅନ୍ୟକୌଣସି ପ୍ରକାରେ ହତ୍ୟା କରିବାକୁ ବିଚାର କରାଯାଉଥିବା ଜଣାପଡ଼ିଛି ।

 

ୟୁକ୍ରେନ ଯୁଦ୍ଧରେ ରୁଷ ସେଭଳି କୌଣସି ସଫଳତା ପାଇନାହିଁ । ଏହି କାରଣରୁ ଦେଶର ୮ ବରିଷ୍ଠ ସେନା ଜେନେରାଲଙ୍କୁ ବରଖାସ୍ତ କରାଯାଇଛି। ସେମାନେ ମଧ୍ୟ ପୁଟିନଙ୍କୁ ହଟାଇବା ଲାଗି ଷଡଯନ୍ତ୍ରରେ ସାମିଲ ହୋଇଛନ୍ତି । ସେପଟେ ୟୁକ୍ରେନ ଆକ୍ରମଣ ପୂର୍ବରୁ ରୁଷ ସେନା ଥିବା ଅସ୍ତ୍ରଶସ୍ତ୍ର ଯୁଦ୍ଧର ୨୮ ଦିନ ପରେ ପ୍ରାୟ ୯୦ ପ୍ରତିଶତ ଶେଷ ହୋଇଗଲାଣି। ଯୁଦ୍ଧାସ୍ତ୍ର ଶେଷ ସହ ରୁଷ ସେନାବାହିନୀର ଅଧିକାଂଶ ସୈନ୍ୟ ବି ପ୍ରାଣ ହରାଇଲେଣି। ଏହା ପୁଟିନଙ୍କ କିଭ୍‌ ଦଖଲ ସ୍ୱପ୍ନକୁ ଧୁଳିସାତ କଲାଣି ବୋଲି ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.