ଭଦ୍ରକ ନେହେରୁ ଷ୍ଟାଡିୟମ୍‌କୁ ସିଲ୍‌ କଲା ପ୍ରଶାସନ, ଅଲିମ୍ପିକ ଆସୋସିଏସନ୍‌କୁ ନେଇ ଚାଲିଛି ବିବାଦ

ଭଦ୍ରକ (କେ ନ୍ୟୁଜ୍‌) : ଦୀର୍ଘ ଦିନର ବିବାଦୀୟ ହୋଇ ପଡ଼ିଥିବା ଭଦ୍ରକ ନେହେରୁ ଷ୍ଟାଡିୟମକୁ ନିଜ ଅକ୍ତିଆରକୁ ନେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ, ଭଦ୍ରକ ତହସିଲଦାର ଏବଂ ଭଦ୍ରକ ଟାଉନ ଥାନା ଅଧିକାରୀଙ୍କ ଉପସ୍ଥିତିରେ ପ୍ରଶାସନ ନେହେରୁ ଷ୍ଟାଡିୟମ ଫାଟକରେ ଆଜି ତାଲା ପକାଇ ଜଉମୁଦ ଦେଇ ପୂରା ସିଲ୍‌ କରିଛି ।

STADIUM-1 ହାଇକୋର୍ଟରେ ଏ ନେଇ ମାମଲା ଚାଲିଥିଲା ଏବଂ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ପାଳନ କରି ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟପନ୍ଥା ଗ୍ରହଣ କରିଛନ୍ତି । ଚଳିତ ମାସ ୧୫ ତାରିଖ ସୁଦ୍ଧା ଷ୍ଟାଡିୟମକୁ ଜିଲ୍ଲା ପ୍ରଶାସନ ହାତକୁ ଦେବା ପାଇଁ ଭଦ୍ରକ ଅଲମ୍ପିକ ଆସୋସିଏସନ୍‌କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଷ୍ଟାଡିୟମ୍‌ ଭଦ୍ରକ ଅଲମ୍ପିକ ଆସୋସିଏସନର ଅସ୍ଥାୟୀ ମାଲିକାନାରେ ରହିଥିଲା ।

STADIUM-3

ତେଣୁ ୧୫ ତାରିଖ ସୁଦ୍ଧା ମାଲିକାନା ହସ୍ତାନ୍ତର ନକଲେ କାର୍ଯ୍ୟାନୁଷ୍ଠା ନିଆଯିବ ବୋଲି ହାଇକୋର୍ଟ ତାଗିଦ କରିଥିଲେ । ତେବେ ଅଲମ୍ପିକ ଆସୋସିଏସନ୍‌ ହସ୍ତାନ୍ତର ନକରିବାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପ୍ରଶାସନ ଷ୍ଟାଡିୟମ୍‌କୁ ସିଲ୍‌ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.