ମହାରାଷ୍ଟ୍ରରେ ପୁଣି ଲକ୍‌ଡାଉନ୍‌, ସଂକ୍ରମଣ ବଢ଼ୁଥିବାରୁ ଶନିବାରରୁ ଅମରାବତୀ ଓ ଆକୋଲାରେ ଲକ୍‌ଡାଉନ୍‌

ମୁମ୍ବାଇ :  ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ର କବଳରୁ ମୁକ୍ତି ପାଇଥିବା ଲୋକେ ପୁଣିଥରେ ଲକ୍‌ଡାଉନ୍‌ କୁ ସାମ୍ନା କରିବାକୁ ଯାଉଛନ୍ତି । ପୁଣି ଥରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ମହାରାଷ୍ଟ୍ରର ଅମରାବତୀ ଓ ଆକୋଲାରେ ଲକ୍‌ଡାଉନ୍‌ ଜାରି ହେବାକୁ ଯାଉଛି । ଆସନ୍ତା ଶନିବାର ଠାରୁ ଅମରାବତୀରେ ପୁଣି ଥରେ ଲକ୍‌ଡାଉନ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି ।

lockdown
photo credit: Business Today

ଶନିବାର ରାତି ୮ଟାରୁ ସୋମବାର ସକାଳ ୭ଟା ଯାଏ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବଢ଼ୁଥିବା ଦୃଷ୍ଟିରୁ ଆଜି ଜିଲ୍ଲାପାଳ ଶେଲେଶ ନଭଲ୍‌ ଏହି ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ଆକୋଲାରେ ଏବେ ୫୦୦ ନୂଆ କରୋନା ସଂକ୍ରମଣ ମାମଲା ଆସିଥିବା ବେଳେ ଅମରାବତୀରେ ୧୪୦୦ ନୂଆ କରୋନା ମାମଲା ଜଣାପଡ଼ିଛି ।

ସେହିପରି ଯବତମାଲ୍‌ ଜିଲ୍ଲାରେ ଫେବ୍ରୁଆରୀ ୨୮ ତାରିଖ ଯାଏଁ କଟକଣା ଜାରି କରାଯାଇଛି । ଯେପରି କୌଣସି ସ୍ଥାନରେ ଅଧିକ ଜନଗହଳୀ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପ୍ରଶାସନ କହିଛି । ଏହି ସମୟରେ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ବିବାହ ପାର୍ଟିରେ ଲୋକଙ୍କ ସଂଖ୍ୟା ମଧ୍ୟ ଅଧା କରାଯିବ । ସେହିପରି ରେସ୍ତୋରାଁରେ ମଧ୍ୟ ଗହଳି ହେବନି । ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବନି ବୋଲି ଜିଲ୍ଲା ପ୍ରଶାସନ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.