ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଉତ୍ସବ

ପୁରୀ(କେନ୍ୟୁଜ୍‌): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଉତ୍ସବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ସରିବା ପରେ ଅପରାହ୍ନ ୧ଟା ୩୦ରେ ବିମାନ ବିଜେ, ୨ଟାରେ ବିମାନ ଉଠିବା ନୀତି ନିର୍ଘଣ୍ଟ ହୋଇଛି। ପାରମ୍ପରିକ ବାଦ୍ୟ ତଥା ଭଜନ, କୀର୍ତ୍ତନ ପଟୁଆାରରେ ମଦନମୋହନ, ରାମକୃଷ୍ଷ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରଣୀକୁ ଯିବେ।

ସେଠାରେ ନନ୍ଦା ଓ ଭଦ୍ରା ଚାପରେ ୨୧ ଘେରା ଜଳକ୍ରୀଡା କରିବେ। ଏଥିସହ ଆଜି ରଥଖଳାରେ ଚକ-ଅଖ ସଂଯୋଗ କରାଯାଇ ଡେରାଯିବ। ତିନି ରଥର ଦୁଇଟି ଲେଖାଏଁ ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.