ଅସୁରକ୍ଷିତ ରାଜଧାନୀ : ପାର୍କିଂ ହୋଇଥିବା କାରକୁ ବୋମା ଫିଙ୍ଗି ଚମ୍ପଟ ମାରିଲେ ଦୁର୍ବୃତ୍ତ

ଭୁବନେଶ୍ବର ନୀଳାଦ୍ରି ବିହାର ଏଟିଏମ୍ ଛକରେ ବୋମା ମାଡ଼ । ପାର୍କିଂ ହୋଇଥିବା କାରକୁ ଦୁଇଟି ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର । ବୋମାମାଡ଼ରେ କେହି ମୃତାହତ ହୋଇନଥିବା ବେଳେ ଗାଡିର କାଚ ଭାଙ୍ଗିଯାଇଛି। ଗାଡିରେ କେହି ନଥିବାରୁ କାହାର କୌଣସି କ୍ଷତି ହୋଇନାହିଁ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ନୀଳାଦ୍ରି ବିହାର ଏଟିଏମ୍ ଛକରେ ବୋମା ମାଡ଼ । ଗତକାଲି ବିଳମ୍ବିତ ରାତିରେ  ପାର୍କିଂ ହୋଇଥିବା କାରକୁ ଦୁଇଟି ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର । ବୋମାମାଡ଼ରେ କେହି ମୃତାହତ ହୋଇନଥିବା ବେଳେ ଗାଡିର କାଚ ଭାଙ୍ଗିଯାଇଛି। ଗାଡିରେ କେହି ନଥିବାରୁ କାହାର କୌଣସି କ୍ଷତି ହୋଇନାହିଁ। ଦୁଇ ଜଣ ହେଲମେଟ୍ ପିନ୍ଧି ବାଇକରେ ଆସି ବୋମା ଫିଙ୍ଗିଥିବା ଜଣାପଡ଼ିଛି ।

ବୋମା ମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ପୋଲିସର ଛାନବିନ କରୁଛି । ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି ପୋଲିସ। ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.