ଆକାଶରୁ ଖସୁଛି ଅଗ୍ନି ପିଣ୍ଡୁଳା, ତାତିଲା କଡେଇରେ ଭାଜି ହେଉଛି ରାଜ୍ୟ

ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ତାତିଲା କଡେଇରେ ଭାଜି ହେଉଛି ରାଜ୍ୟ । ଦେଶର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଥିଲା ଭୁବନେଶ୍ବର। ଏସିଆର ୧୦ ଉତ୍ତପ୍ତ ସହର ମଧ୍ୟରେ ଷଷ୍ଠରେ ରହିଛି । ଭୁବନେଶ୍ବରେ ଗତକାଲିର ତାପମାତ୍ରା ଥିଲା ୪୩.୫ ଡିଗ୍ରୀ ସେଲସିୟସ ।

ଭୁବନେଶ୍ୱର (କେନ୍ୟୁଜ): ଡହ ଡହ ଖରା । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ତାତିଲା କଡେଇରେ ଭାଜି ହେଉଛି ରାଜ୍ୟ । ଜଳୁଛି ଓଡ଼ିଶା। ରାଜଧାନୀ ଭୁବନେଶ୍ବରରେ ବି ଅସମ୍ଭାଳ ତାତି। ଗତକାଲି ୪୦ ଡିଗ୍ରୀ ଉପରେ ଥିଲା ରାଜ୍ୟର ୨୫ ସହରର ତାପମାତ୍ରା । ଦେଶର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଥିଲା ଭୁବନେଶ୍ବର। ଏସିଆର ୧୦ ଉତ୍ତପ୍ତ ସହର ମଧ୍ୟରେ ଷଷ୍ଠରେ ରହିଛି । ଭୁବନେଶ୍ବରେ ଗତକାଲିର ତାପମାତ୍ରା ଥିଲା ୪୩.୫ ଡିଗ୍ରୀ ସେଲସିୟସ । ସେହିପରି ପାରଳାଖେମୁଣ୍ଡିରେ ତାପମାତ୍ରା ୪୨.୬, ତାଳଚେରରେ ୪୨.୪, ମାଲକାନଗିରିରେ ୪୨.୨ଓ ବୋଦ୍ଧରେ ୪୨.୨ ଡିଗ୍ରି ସେଲିସୟସ ତାପମାତ୍ରା ରେକର୍ଡ କରାଯାଇଛି । ଅନୁଗୁଳରେ ୪୨.୧, ବଲାଙ୍ଗୀର, ଟିଟିଲାଗଡ଼ ଓ ନୟାଗଡ଼ରେ ଦିନର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରହିଥିଲା । ଆଜି ମଧ୍ୟ ଉଷ୍ଣ-ଆର୍ଦ୍ର ପାଣିପାଗ, ଗ୍ରୀଷ୍ମ ପ୍ରବାହ ତଥା ଉଷ୍ଣ ରାତିର ସମ୍ଭାବନା ରହିଛି । iଗ୍ରୀଷ୍ମ ଲହରୀ ଆଶଙ୍କା ପାଇଁ ୧୪ ଜିଲ୍ଲାକୁ ଆଲର୍ଟ ଦିଆଯାଇଛି ।

ଦେଶର ସବୁଠାରୁ ଅଧିକ ଉତ୍ତପ୍ତ ସହର ଆନ୍ଧ୍ରପ୍ରଦେଶ ନନ୍ଦିୟାଲ। ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରୀ ରହିଥିବା ବେଳେ ୪୩.୫ ଡିଗ୍ରୀ ସହ ଦ୍ବିତୀୟ ସ୍ଥାନରେ ରହିଥିବା ଭୁବନେଶ୍ବର। ଏସିଆ ଭିତରେ ନଦ୍ୟାଲ ଚତୁର୍ଥ ଉତ୍ତପ୍ତ ସହର ଥିବା ବେଳେ ଭୁବନେଶ୍ବର ଷଷ୍ଠ ସ୍ଥାନରେ ରହିଛି। ଏସିଆରେ ମିଆଁମାରର ତିନିଟି ସହର ପ୍ରଥମ ତିନିଟି ସ୍ଥାନରେ ରହିଛି। ୪୫.୭ ଡିଗ୍ରୀ ସହ ମିଆଁମାରର ଚଉକ ସହର ଏସିଆର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା।

You might also like