ବାଇକକୁ ପିଟିଲା ୪୦୭ ଟ୍ରକ,ଜଣେ ମୃତ ଅନ୍ୟ ଜଣେ ଗୁରୁତର ଆହତ

ବଲାଙ୍ଗିର (କେନ୍ୟୁଜ୍) : ବାଇକକୁ ପିଟିଲା ୪୦୭ ଟ୍ରକ। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ପାଟଣାଗଡ଼-ବରପଦର ରାସ୍ତାର ପେଟ୍ରେଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଛି। ମୃତକ ଜଣକ ସମଲେଶ୍ୱର ଗାଁର ଅଣାକ୍ଷର ଭୋଇ। ଅଣାକ୍ଷର ଭୋଇ ଓ କ୍ରିଷ୍ଣା ଭିବେଲା ବାଇକରେ ପାଟଣାଗଡ଼ରୁ ଘରକୁ ଫେରୁଥିବାବେଳେ ପଛପଟୁ ଏକ ୪୦୭ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ବେଳେ ଅଣାକ୍ଷର ଭୋଇଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ୪୦୭ ଜବତ କରି ତଦନ୍ତ କରୁଛି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.