ବାଇକ୍ ଆରୋହୀଙ୍କୁ ଚାପିଦେଲା ଟ୍ରକ୍, ୨ ଯୁବକଙ୍କ ମୃତ୍ୟୁ
ଅନୁଗୁଳ ବଅଂରପାଳ ଥାନା ନୁଆହତା ନିକଟରେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ଟ୍ରକ୍ । ଏଥିରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୂଆହତା ଗ୍ରାମର ସିପୁନ ସାମଲ ଓ ଚୌର ଡିହ ଗ୍ରାମର ଚିତ୍ତରଞ୍ଜନ ସାହୁ ।

ଅନୁଗୁଳ (କେନ୍ୟୁଜ): ଅନୁଗୁଳ ବଅଂରପାଳ ଥାନା ନୁଆହତା ନିକଟରେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ଟ୍ରକ୍ । ଏଥିରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୂଆହତା ଗ୍ରାମର ସିପୁନ ସାମଲ ଓ ଚୌର ଡିହ ଗ୍ରାମର ଚିତ୍ତରଞ୍ଜନ ସାହୁ।
ସୂଚନା ଅନୁସାରେଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧିନ ନୂଆହତା ଗାଁର ସିପୁନ ସାମଲ ଓ ଚୌର ଡିହ ଗ୍ରାମର ଚିତ୍ତରଞ୍ଜନ ଆଜି ଅପରାହ୍ଣ ସମୟରେ ଜିଏମ୍ଆର ପାର୍ଶ୍ବରୁ ନୂଆହତା ଅଭିମୁଖେ ଏକ ବାଇକ୍ରେ ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଦୁଇ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ଟ୍ରକ୍ ଚାଳକ ମାନବିକତା ଦେଖାଇବା ବଦଳରେ ଘଟଣାସ୍ଥଳରୁ ଫେରାର ହୋଇଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ମୃତଦେହ ଜବତ କରିଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି।