ଉଲ୍ଲଙ୍ଘନକାରୀଙ୍କୁ ମୋଟା ତଣ୍ଡ, ବାଇକ ଆରୋହୀଙ୍କୁ ୨୨ ହଜାର ୫୦୦ ଟଙ୍କାର ଫାଇନ

ସୁନ୍ଦରଗଡ଼: ଜାନୁଆରି ପହିଲାରୁ ପୁଣି ଥରେ କଡାକଡି ଭାବେ ପାଳନ ହେବ ଟ୍ରାଫିକ ନିୟମ । କିନ୍ତୁ ଏହାର ଠିକ ପୁର୍ବରୁ ରାଜଗାଙ୍ଗପୁରରେ ପୋଲିସ ଓ ପରିବହନ ବିଭାଗର ମିଳିତ ଯାଂଚ ବେଳେ ଜଣେ ବାଇକ ଚାଳକ ଧରାପଡିଛନ୍ତି । ତାଙ୍କ ଠାରୁ ୨୨ ହଜାର ୫୦୦ ଟଙ୍କାର ଫାଇନ କଟାଯାଇଛି। ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଚେକିଙ୍ଗ ଚାଲିଥିବା ବେଳେ ଜଣେ ବାଇକ ଅ।ରୋହି ଧରା ପଡ଼ିଥିଲେ ।

ଯାଞ୍ଚ ବେଳେ ପୋଲିସ ତାଙ୍କ ଠାରୁ ଆବଶ୍ୟକ କାଗଜ ପତ୍ର ଡ୍ରାଇଭିଙ୍ଗ ଲାଇସେନ୍ସ , ଇନ୍ସୁରେନ୍ସ  ଆଦି ନ ମିଳିବାରୁ ଓ ମଦ୍ୟପାନ କରି ଗାଡି ଚଳାଉଥିବା ଅଭିଯୋଗରେ ତାଙ୍କ ଠାରୁ ଫାଇନ ଆକାରରେ ଏହି ଚାଲାଣ କଟାଯାଇଛି । ଟ୍ରାଫିକ ନିୟମ କଡାକଡି ପାଳନର ଆରମ୍ଭ ପୁର୍ବରୁ ଏଭଳି ଏକ ବଡ଼ ଫାଇନ ଚାଲାଣ କଟାଯିବା ପରେ ମଦୁଆ ଗାଡିଚାଳକଙ୍କ ମଧ୍ୟରେ ଛନକା ପଶିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.