ଆସନ୍ତା ୨୯ ତାରିଖରୁ ଖୋଲିବ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର

ଯାଜପୁର(କେ ନ୍ୟୁଜ): କୋରୋନା କଟକଣା ମଧ୍ୟରେ ଆସନ୍ତା ୨୯ ତାରିଖରୁ ଖୋଲିବ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର। ଆଜି ଏନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ଦିର ଖୋଲିବା ନେଇ ସ୍ୱତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ ହୋଇଛି। ମନ୍ଦିରର ସିଂହଦ୍ୱାର ପଟୁ ଉଭୟ ପୁରୁଷ ଓ ମହିଳା ଭକ୍ତ ଭିନ୍ନ ଭିନ୍ନ ଲାଇନରେ ପ୍ରବେଶ କରିପାରିବେ ।
ମା’ଙ୍କୁ ଦର୍ଶନ କରିବା ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ମନ୍ଦିର ପରିସରରେ କେବଳ ପିଣ୍ଡ ଦାନ କରାଯାଇ ପାରିବ କିନ୍ତୁ କୌଣସି ବିବାହ କାର୍ଯ୍ୟ ହୋଇପାରିବ ନାହିଁ। ବିରଜା ମନ୍ଦିର ଖୋଲିବା ପରେ ପରିସ୍ଥିତି କୁ ଦେଖି ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି।