ଚିଲିକାରେ ବାର୍ଡଫ୍ଲୁ ଆଶଙ୍କା : ପର୍ଯ୍ୟଟକଙ୍କ ବୁଲିବାରେ କଟକଣା ଦାବି

ପୁରୀ (କେନ୍ୟୁଜ୍) : କୃଷ୍ଣପ୍ରସାଦ ବ୍ଲକରେ ବାର୍ଡଫ୍ଲୁ ଆତଙ୍କ ପରେ ଚିଲିକାରେ ପର‌୍ୟ୍ୟଟକଙ୍କ ବୁଲିବା ଉପରେ କଟକଣା ଦାବି। ନଳବଣକୁ ଆସିଥିବା ବିଦେଶାଗତ ପକ୍ଷୀଙ୍କ ଦ୍ୱାରା ବାର୍ଡଫ୍ଲୁ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି ଜିଲ୍ଲା ପ୍ରାଣୀଧନ ବିଭାଗ ଓ କଲିଂ ଟିମ। ସେପଟେ ଜିଲ୍ଲା ପ୍ରସାଶନ ପକ୍ଷରୁ କୁକୁଡ଼ା ମରା ଅଭିଯାନ ଜାରି ରହିଛି। ବ୍ରାହ୍ମଣଡିହି ଗାଁରେ ରକ୍ତ ନମୁନା ପଜିଟିଭ ଜଣାପଡ଼ିବା ପରେ ପରିସ୍ଥିତି ଅନୁଧ୍ୟାନ କରାଯାଉଛି। ପ୍ରଥମ ଦିନରେ ୩୯୯ଟି ଓ ଦ୍ୱିତୀୟ ଦିନରେ ୨୭୬ଟି କୁକୁଡ଼ା ମରାଯାଇଛି। କଲିଂ ପାଇଁ ୫ଟି ରାପିଡ ରେସପନ୍ସ ଟିମ ମୂତୟନ ଥିବା ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.