ବଡ଼ ବିଜୟ ପାଇଁ ବିଜେଡିର ବଡ଼ ପ୍ଲାନ, ୨୪ ନିର୍ବାଚନରେ ନୂଆ କୀର୍ତ୍ତିମାନ ପାଇଁ ଯୋଜନା

ବଡ଼ ବିଜୟ ପାଇଁ ବିଜେଡିର ବଡ଼ ପ୍ଲାନ । ୨୪ ନିର୍ବାଚନରେ ନୂଆ କୀର୍ତ୍ତିମାନ ପାଇଁ ଯୋଜନା। ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ନବୀନଙ୍କ ବିଜୟ ମନ୍ତ୍ର । ନିର୍ବାଚନ ମଣ୍ଡଳୀରେ ସମନ୍ବୟ ରଖି କାର୍ଯ୍ୟ କରିବା ପାଇଁ କହିଛନ୍ତି । ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନେ ନବୀନ ନିବାସ ଆସି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ବଡ଼ ବିଜୟ ପାଇଁ ବିଜେଡିର ବଡ଼ ପ୍ଲାନ । ୨୪ ନିର୍ବାଚନରେ ନୂଆ କୀର୍ତ୍ତିମାନ ପାଇଁ ଯୋଜନା। ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ନବୀନଙ୍କ ବିଜୟ ମନ୍ତ୍ର । ନିର୍ବାଚନ ମଣ୍ଡଳୀରେ ସମନ୍ବୟ ରଖି କାର୍ଯ୍ୟ କରିବା ପାଇଁ କହିଛନ୍ତି । ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନେ ନବୀନ ନିବାସ ଆସି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛନ୍ତି । ବିଜେଡିର ମୁଖ୍ୟ ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ମଧ୍ୟ ଧନ୍ୟବାଦ ଜଣାଉଛନ୍ତି । ଏଥିପାଇଁ ନବୀନ ନିବାସରେ ଗହଳି ।

ସଂସଦୀୟ କ୍ଷେତ୍ରର ସର୍ଭେ ରିପୋର୍ଟ ସଂପର୍କରେ ସେମାନଙ୍କୁ ଅବଗତ କରାଯାଉଛି । ନବୀନ ସେମାନଙ୍କୁ ବିଜୟର ମନ୍ତ୍ର ଦେଉଛନ୍ତି । ୧୫ ଲୋକସଭା ଓ ୭୨ ବିଧାନିସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଖୁବ ଶୀଘ୍ର ବାକି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବ । ଏବେ ଟିକେଟ ପାଇଥିବା ନେତାଙ୍କ ସହ ଟିକେଟ ଆଶାୟୀମାନେ ମଧ୍ୟ ନବୀନ ନିବାସ ଆସୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.