Below header

ଆବାସ ଯୋଜନାକୁ ନେଇ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ମୁହଁରେ ମିଛ କୁହାଇଲା ରାଜ୍ୟ ବିଜେପି: ବିଜେଡି

ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ମୁହଁରେ ମିଛ କୁହାଇଲା ରାଜ୍ୟ ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଛ କୁହାଇ ଓଡ଼ିଶାକୁ ଭ୍ରମିତ କରିଛନ୍ତି । ଏଥିରେ ସାମିଲ ଅଛନ୍ତି ବିଜେପି ନେତା, ସାଂସଦ ଏବଂ ଜଣେ କେନ୍ଦ୍ର ମନ୍ତ୍ରୀ । ଏଭଳି ଅଭିଯୋଗ କରିଛି ବିଜେଡି ।

ଭୁବନେଶ୍ୱର (କେନ୍ୟୁଜ): ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ମୁହଁରେ ମିଛ କୁହାଇଲା ରାଜ୍ୟ ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଛ କୁହାଇ ଓଡ଼ିଶାକୁ ଭ୍ରମିତ କରିଛନ୍ତି । PMAY ଯୋଜନାରେ ଓଡିଶାର ଆଉ ୭ଲକ୍ଷ ହିତାଧିକାରୀ ବଞ୍ଚିତ ଅଛନ୍ତି । ଓଡ଼ିଶାକୁ ଯେତେବେଳ ୧୫ ଲକ୍ଷ ଆବାସ ଆବଶ୍ୟକ ଥିଲା ସେତେବେଳେ ଓଡ଼ିଶାକୁ ୮ଲକ୍ଷ ଆବାସ ଦେଇଥିଲେ । ଏଥିପାଇଁ ବିଜେପି ଷଡ଼ଯନ୍ତ୍ର କରିଛି ।

ଏଥିରେ ସାମିଲ ଅଛନ୍ତି ବିଜେପି ନେତା, ସାଂସଦ ଏବଂ ଜଣେ କେନ୍ଦ୍ର ମନ୍ତ୍ରୀ । ଏଭଳି ଅଭିଯୋଗ କରିଛି ବିଜେଡି । ୨୦୧୯ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ହେବା ପରେ ଇର୍ଶ୍ୱାନ୍ଵତ ହୋଇ ଓଡିଶାକୁ ଆବାସ ନଦେବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି । ୭୫ ଲକ୍ଷ ଘର ମଞ୍ଜୁର ହୋଇଛି ବୋଲି ମିଛ ତଥ୍ୟ ଦେଇଛନ୍ତି । ସେଥିପାଇଁ ରାଜ୍ୟ ସରକାର ମୋ ଘର ଯୋଜନା କାର୍ଯ୍ୟକାରୀ କରାଯାଇଥିବା କହିଛି ବିଜେଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.