୧ ରୁ ଅମରନାଥ ଯାତ୍ରା, ଜମ୍ମୁ-କଶ୍ମୀର ଏନଏଚ-୪୪ରେ ହାଇ ରେଜୁଲେସନ ଡ୍ରୋନ କ୍ୟାମେରା, ୨୪X୭ ରଖିବ ନଜର

ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବଳୟକୁ କଡା କଡି କରାଯାଇଛି । ଯାତ୍ରୀଙ୍କ ୨୪ ଘଣ୍ଟା ନଜର ରଖିବା ପାଇଁ ଜମ୍ମୁ-କଶ୍ମୀର ଜାତୀୟ ରାଜପଥ ୪୪ ରେ (ଏନଏଚ-୪୪) ହାଇରେଜୁଲେସନ ଡ୍ରୋନ କ୍ୟାମେରା ଲଗାଯାଇଛି ।

ଶ୍ରୀନଗର : ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବଳୟକୁ କଡା କଡି କରାଯାଇଛି । ଯାତ୍ରୀଙ୍କ ୨୪ ଘଣ୍ଟା ନଜର ରଖିବା ପାଇଁ ଜମ୍ମୁ-କଶ୍ମୀର ଜାତୀୟ ରାଜପଥ ୪୪ ରେ (ଏନଏଚ-୪୪) ହାଇରେଜୁଲେସନ ଡ୍ରୋନ କ୍ୟାମେରା ଲଗାଯାଇଛି । ଏହି କ୍ୟାମେରା ଯାତ୍ରୀଙ୍କ ଉପରେ ୨୪X୭ ନଜର ରଖିବ ।
ବିଶେଷକରି ଆତଙ୍କବାଦୀଙ୍କ ଆକ୍ରମଣକୁ ଆଶଙ୍କା କରି ଯାତ୍ରୀଙ୍କ ଉପରେ କଡା ନଜର ରଖିବା ପାଇଁ ଏପରି ହାଇ ରେଜୁଲେସନ ଡ୍ରୋନ କ୍ୟାମେରାର ବ୍ୟବସ୍ଥା କରାଯାଇଛି ବୋଲି ସେଣ୍ଟ୍ରାଲ ରଜର୍ଭ ପୋଲିସ ଫୋର୍ସ ପକ୍ଷରୁ କୁହାଯାଇଛି ।
୧ ଜୁଲାଇରୁ ଆରମ୍ଭ ହେବ ଅମରନାଥ ଯାତ୍ରା
ଆସନ୍ତା ୧ ତାରିଖରୁ ୬୨ ତମ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେବ । ଏହି ଯାତ୍ରା ପହଲଗାମ ନୁନବାନ ଓ ମଧ୍ୟ କଶ୍ମୀର ଗାନ୍ଦରବଲ ଜିଲ୍ଲାର ବାଲଟାଲ ପ୍ରାଚୀନ ରାସ୍ତାରୁ ଆରମ୍ଭ ହେବ ବୋଲି ସିଆରପିଏଫ୍‌ ସୂତ୍ରରୁ କୁହାଯାଇଛି । ହିମାଳୟର ୩୮୮୦ ମିଟର ଉଚ୍ଚତାରେ ସ୍ଥିତ ଅମରନାଥ ଗୁମ୍ଫା ମନ୍ଦିର ଦର୍ଶନ କରିବା ପାଇଁ ପ୍ରଥମେ ଜୁନ ୩୦ ତାରିଖରେ ଜମ୍ମୁ ଭଗବତୀ ନଗର ଆଧାର ଶିବିରରୁ କଶ୍ମୀର ପାଇଁ ଯିବାକୁ ହୁଏ । ଏହାକୁ ଦୃଷ୍ଟିରେ ରଖି ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଉଛି । ଏଥିପାଇଁ ସିଆରପିଏଫ ଡିଜି ଜମ୍ମୁ-କଶ୍ମୀର ଗସ୍ତ କରି ଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.