ସରିଛି ପ୍ରଥମ ପର୍ଯ୍ଯାୟ ଭୋଟ ଗଣତି: ୨୩୦ ଜୋନରେ ବିଜେଡି ବିଜୟୀ

ଭୁବନେଶ୍ବର(କେନ୍ଯୁଜ୍): ଗତକାଲି ସରିଛି ପ୍ରଥମ ପର୍ଯ୍ଯାୟ ଭୋଟ ଗଣତି।  ୩୧୫ ମଧ୍ୟରୁ ୨୫୬ ଜିଲ୍ଲା ପରିଷଦର ଫଳାଫଳ ଘୋଷିତ ହୋଇଛି। ଏଥିମଧ୍ୟରୁ ୨୩୦ରେ ବିଜେଡି, ୧୦ଟିରେ ବିଜେପି ଓ କଂଗ୍ରେସ ୧୨ଟି ଜୋନରେ ବିଜୟୀ ହୋଇଥିବା ଜଣାପଡିଛି। ଗତ ୨୦୧୭ ନିର୍ବାଚନ ତୁଳନାରେ ଚଳିତ ଥର ବେଶ୍ ଭଲ ପ୍ରଦର୍ଶନ କରିଛି ବିଜେଡି। ପ୍ରଥମ ଦିନ ଜିଲ୍ଲା ପରିଷଦର ଗଣତିରେ ବିଜେଡି ଅନେକ ସ୍ଥାନରେ ବାଜି ମାରିଛି।

ମିଳିଥିବା ସୂଚନା ଅନୁଯାୟୀ, ବିଜେଡି ୨୮୧ଟି ଜୋନରେ ଆଗୁଆ ଥିବା ବେଳେ ବିଜେପି ୧୫ଟି ଓ କଂଗ୍ରେସ ୧୪ଟି ଜୋନରେ ଆଗରେ ରହିଥିଲା। ଅପରପକ୍ଷରେ ୨ ଜଣ ସ୍ବାଧୀନ ପ୍ରାର୍ଥୀ ୨ଟି ଜିଲ୍ଲା ପରିଷଦ ଜୋନରେ ଏବଂ ଅନ୍ୟ ଦଳର ପ୍ରାର୍ଥୀମାନେ ୩ ଜଣ ଜିଲ୍ଲା ପରିଷଦ ଜୋନରେ ଆଗୁଆ ଥିଲା। ସବୁ ଦଳ ଦାବି କରୁଥିଲେ ଯେ ସେମାନେ ୨୦୧୭ ତୁଳନାରେ ବେଶ୍ ଭଲ କରିବେ। ତେବେ ୮୯ ପ୍ରତିଶତ ଆସନରେ ଆଗରେ ରହି ବିଜୁ ଜନତା ଦଳ ଆଗରେ ରହିଛି। ଦୁଇ ନମ୍ବର ସ୍ଥାନରେ ବିଜେପି ରହିଛି।  ତୃତୀୟ ସ୍ଥାନରେ କଂଗ୍ରେସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.