ଜୋର ଧରୁଛି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲା: ଆଜି ବିଭିନ୍ନ ଜିଲ୍ଲାରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ୱର(କେନ୍ଯୁଜ୍): ଜୋର ଧରୁଛି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲା। ଦୋଷୀଙ୍କୁ କଠୋର ଦଣ୍ଡ ମିଳିବା ଦାବି  କୁ ନେଇ ଚାରିଆଡେ ଚାଲିଛି ପ୍ରତିବାଦ। ଯାହାଫଳରେ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛି ବିଜେପି ।

ଆଜି ବିଭିନ୍ନ ଜିଲ୍ଲାରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା  ୬ଟା ପର୍ଯ୍ୟନ୍ତ କେନ୍ଦ୍ରାପଡା, ବାଲେଶ୍ୱର, ଜଗତସିଂହପୁର ଓ ବୌଦ୍ଧ ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ନେଇ ଡାକରା ଦେଇଛି ବିଜେପି । ହେଲେ ବନ୍ଦରୁ ବାଦ ପଡିବ ଅତ୍ୟାବଶ୍ୟକ ଆମ୍ବୁଲାନ୍ସ ଏବଂ ଜରୁରୀକାଳିନ ସେବା  । ଖାଲି ସେତିକି ନୁହେଁ ଭଦ୍ରକ ଜିଲ୍ଲାରେ ମଧ୍ୟ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି। ଏଠାରେ ମଧ୍ଯ ଜରୁରୀ ସେବା ଯୋଗାଣକାରୀ ସଂସ୍ଥା ସବୁକୁ ଏହି ବନ୍ଦରୁ ବାଦ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.