କାଲି ସାରା ଦେଶରେ ବିଜେପି ପାଳିବ କଳାଦିବସ

bjp

ଭୁବନେଶ୍ବର : ଦେଶରେ ୧୯୭୫ ଜୁନ ୨୫ରେ ଜାରି ହୋଇଥିଲା ଜରୁରୀକାଳୀନ ପରିସ୍ଥିତି । ଆସନ୍ତାକାଲି ଏହି ଦିନକୁ ସାରା ଦେଶରେ କଳା ଦିବସ ଭାବେ ପାଳନ କରିବ ବିଜେପି । ଦଳର ଅଭିଯୋଗ, ଏମର୍ଜେନ୍ସୀ ଜାରି ଦେଶ ପାଇଁ ଥିଲା ଏକ କଳା ଅଧ୍ୟାୟ । ଏହାଦ୍ୱାରା ଗଣତନ୍ତ୍ରର ହତ୍ୟା ସହ ସାଧାରଣ ଜନତାଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିଲା । ଏପରିକି କେନ୍ଦ୍ର ସରକାରଙ୍କ କାଯ୍ୟର୍କାଳ ୫ ବର୍ଷ ପରିବର୍ତ୍ତେ ୭ ବର୍ଷ ରହିଥିଲା । ମଙ୍ଗଳବାର ରାଜ୍ୟ ବିଜେପି ପକ୍ଷରୁ କଳା ଦିବସ ପାଳନ କରାଯାଉଥିବା ବେଳେ ଏଥିରେ ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ।

ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଫୋକସରେ ଓଡ଼ିଶା ଥିବା ବେଳେ ଆସନ୍ତା ଜୁଲାଇ ୧ରେ ଓଡ଼ିଶା ଆସିବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । କଟକ, ଭୁବନେଶ୍ୱର, ପୁରୀ ତିନୋଟି ଲୋକସଭା ନିର୍ବାଚନ ମଣ୍ଡଳୀର ସ୍ଥିତି ସମୀକ୍ଷା କରିବେ । ଦଳର ପଞ୍ଚାୟତ ପ୍ରତିନିଧିଙ୍କ ସହ ସିଧା କଥା ହେବେ । ଦଳୀୟ ନେତା ଏବଂ ପଦାଧିକାରୀଙ୍କୁ ଦେଇଥିବା ସାଂଗଠନିକ କାର୍ଯ୍ୟ ସମୀକ୍ଷା କରିବା ସହ ନୂଆ ଟାସ୍କ ଦେବେ । ଏଥିପାଇଁ ବିଜେପି ଶିବିର ଚଳଚଞ୍ଚଳ ହୋଇପଡିଛି ।

ସେପଟେ ଶାହଙ୍କ ଗସ୍ତକୁ ବିରୋଧ କରିବ ଯୁବ କଂଗ୍ରେସ । ଦଳ ଅଭିଯୋଗ କରିଛି, ନୋଟ ବନ୍ଦୀ ସମୟରେ ଅହମ୍ମଦାବାଦ ଡିଷ୍ଟି୍ରକ୍ଟ କୋପରେଟିଭ୍‌ ବ୍ୟାଙ୍କରେ ପୁରୁଣା ନୋଟ ୭ ଶହ କୋଟି ଟଙ୍କାର ବଦଳ କରାଯାଇଛି । ଏହି ବ୍ୟାଙ୍କର ସଭାପତି ଥିଲେ ଅମିତ୍‌ ଶାହ ଥିଲେ । କେଉଁ ପରିସ୍ଥିତିରେ ଏକକାଳୀନ ଏତେ ଟଙ୍କା ଜମା ହେଲା ଏହି ଟଙ୍କା କାହାର ସେ ସଂପର୍କରେ ଶ୍ୱେତପତ୍ର ପ୍ରକାଶ କରାଯାଉ । ନଚେତ ଶାହଙ୍କ ଓଡିଶା ଗସ୍ତ ବେଳେ ଯୁବ କଂଗ୍ରେସ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.