ସେ ଦୃଷ୍ଟିହୀନ କିନ୍ତୁ ତାଙ୍କ ସଙ୍ଗୀତ ଅତି ସୁମଧୁର
କଂଟାମାଳ (କେନ୍ୟୁଜ) : କୁହାଯାଏ ମଣିଷର ଗୋଟିଏ ଇନ୍ଦ୍ରିୟ ଅକାମୀ ହୋଇଗଲେ ତାର ଅନ୍ୟ ସବୁ ଇନ୍ଦ୍ରୀୟ ସବଳ ହୋଇଯାଏ। ଏଥିପାଇଁ ଭଗବାନ ତାଙ୍କୁ ଦୃଷ୍ଟିହୀନ କରି ଜନ୍ମ ଦେଇଥିଲେବି ତାଙ୍କ ଭିତରେ ଜନ୍ମ ନେଇଛି କଳାା ଯେଉଁଥିପାଇଁ ଏବେ ସେ ସମସ୍ତଙ୍କର ପ୍ରୀୟ ହୋଇପାରିଛନ୍ତିା ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଗୋବଯୋର ଗାଁର ସରୋଜ ତରିଆ । ଜନ୍ମରୁ ଅନ୍ଧ । ହେଲେ ବାଦ୍ୟଯନ୍ତ୍ର ଧରିଲେ ଅତି ସୁନ୍ଦର ଭାବେ ବଜାଇ ପାରନ୍ତି ସେ । କେବଳ ସେତିକି ନୁହେଁ ଅତି ସୁମଧୁର ନହେଲେବି ଭଲ ଗାଇ ପାରନ୍ତି ସେ । ଏଣୁ ଯିଏ ତାଙ୍କୁ ଦେଖନ୍ତି ଟିକେ ଗୀତ ଗାଇବାକୁ ଆଉ ବାଦ୍ୟ ବଜାଇବାକୁ କୁହନ୍ତି। ସେ ବି ବାଦ୍ୟ ବଜାଇ ଗୀତ ଗାଇ ସାମନାବାଲାକୁ ଖୁସି କରିଦିଅନ୍ତି। ଭଗବାନ ତାଙ୍କୁ ଜନ୍ମରୁ ଅନ୍ଧ କରିଥିଲେ ବି ତାଙ୍କ ମନରେ ଦୁଃଖ ନାହିଁ କାହିଁକିନା ତାଙ୍କ ଭିତରେ କଳା ଅଛି ଯାହାଦ୍ୱାରା ସେ ଲୋକଙ୍କୁ ଖୁସି କରିପାରୁଛନ୍ତି ବୋଲି ସେ କୁହନ୍ତି।
ଗରିବ ପରିବାରରେ ଜନ୍ମ ସରୋଜଙ୍କର। ବାପା ମାଆ ସକାଳ ହେଲେ ମୁଲି ମଜୁରି କଲେ ଘର ଚଳେ । ତଥାପି ପୁଅ ସରୋଜକୁ ପାଠପଢ଼ାରେ ଉଣା କରିନାହାଁନ୍ତି। ସରୋଜ ସିଟି ପାସ କରିଛନ୍ତି ଆଉ ବର୍ତ୍ତମାନ ଯୁକ୍ତ ତିନିରେ ତୃତୀୟ ବର୍ଷରେ ପାଠ ପଢୁଛନ୍ତି । ଏଣୁ ସରକାରୀ ଚାକିରୀଟିଏକୁ ଅପେକ୍ଷା କରିରହିଛନ୍ତି ସରୋଜ। ଚାଳ ଛପର ଘରେ ଭାଇ,ଭଉଣୀ ଓ ବାପା ମାଆ ୫ ଜଣ ଅତି ଦୟନୀୟ ଭାବେ ରହିବାକୁ ବାଧ୍ୟ ହେଉଛନ୍ତି । ଜଣେ ଦିବ୍ୟାଙ୍ଗ ହୋଇବି ସରକାରୀ ବ୍ଯବସ୍ଥା ତାଙ୍କ ପାଇଁ ସାତ ସପନ ପାଲଟିଛି। । ସରକାରୀ ଭାବେ ଘର ଖଣ୍ଡିଏ ପାଇଁ ବାରମ୍ବାର ଦରଖାସ୍ତ କଲେବି ମିଳୁନଥିବା ଅଭିଯୋଗ ହୋଇଛି । ସରୋଜଙ୍କ ପରିବାରଙ୍କୁ ସରକାରୀ ଭାବେ ସହାୟତା କରିବାକୁ ଏବେ ଗ୍ରାମବାସୀ ମଧ୍ୟ ଦାବୀ ଜଣାଇଛନ୍ତି । ସରକାରୀ ବିଧି ବ୍ଯବସ୍ଥାରେ ସରୋଜ ଏବଂ ତାଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତିା ଏବେ କେବଳ ଏହା ଦେଖିବାକୁ ଅପେକ୍ଷା କେବେ ସରୋଜଙ୍କୁ ସାହାଯ୍ୟ ମିଳୁଛି।