ବ୍ରହ୍ମଗିରି କଟକପଡା ଗାଁରେ ୨ ଯୁବକଙ୍କ ଉପରକୁ ବୋମାମାଡ, ଦୁର୍ବୁତ୍ତ ଫେରାର୍

ପୁରୀ(କେନ୍ଯୁଜ୍): ଗତକାଲି ରାତି ୧୦ଟାରେ ବ୍ରହ୍ମଗିରି ଥାନା ଅଧୀନ କଟକପଡା ଗାଁରେ ଅଚାନକ ବୋମାମାଡ ହୋଇଥିଲା। ସୂଚନା ମୁତାବକ କଟକପଡା ଗାଁର ନିରଞ୍ଜନ ସେଠୀ ଓ ନନ୍ଦ କିଶୋର ବେହେରା ଦୁଇ ଜଣ ଯୁବକ ନିଜ କାରକୁ ଗାଁ ମୁଣ୍ଡ ପୋଖରୀ ପାଖରେ ରଖି ଶୌଚ ପାଇଁ ଯାଉଥିବା ବେଳେ ହଠାତ୍ ୨ଟି ବାଇକ୍ ରେ କିଛି ଯୁବକ ଆସି ସେମାନଙ୍କ ଉପରକୁ ୩ଟି ବୋମା ମାଡ କରିଥିଲେ। ପ୍ରଥମ ବୋମା ମାଡରେ ସେମାନଙ୍କୁ ଆଘାତ ଲାଗିଥିଲା, ଯାହାଫଳରେ ଦୁଇ ବ୍ଯକ୍ତି ତଳେ ପଡିଯାଇଥିଲେ। ରାସ୍ତା ଅନ୍ଧାର ହୋଇଥିବାରୁ ବାଇକ୍ ରେ ଆସିଥିବା ଯୁବକମାନଙ୍କୁ ଚିହ୍ନି ହୋଇନଥିଲା।

ଘଟଣାସ୍ଥଳରେ ବୋମାମାଡ ଶଦ୍ଦ ଶୁଣି ଗାଁ ଲୋକେ ଧାଇଁ ଆସି ଆହତ ଦୁଇ ବ୍ଯକ୍ତିଙ୍କୁ ସ୍ଥାନୀୟ ରେବେଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅନ୍ଯପଟେ ଖବର ପାଇ ବ୍ରହ୍ମଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.