କମୁଛି ବୁଢାବଳଙ୍ଗ ଓ ବୈତରଣୀ ଜଳସ୍ତର, ଯାଜପୁରରେ ସ୍ଥିତି ସୁଧାର ହେବାକୁ ଲାଗିବ ଆଉ ୪୮ ଘଣ୍ଟା

ଯାଜପୁର: ଧିରେ ଧିରେ କମୁଛି ବୁଢାବଳଙ୍ଗ ଓ ବୈତରଣୀ ଜଳସ୍ତର। ବର୍ତ୍ତମାନ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ଏହି ଦୁଇ ନଦୀ । ତେବେ ଯାଜପୁରରେ ସ୍ଥିତି ସୁଧାର ହେବାକୁ ଆଉ ୪୮ ଘଣ୍ଟା ଲାଗିବ ବୋଲି କୁହାଯାଇଛି ।

ଅନ୍ଯପଟେ ମିଳିଥିବା ସୂଚନା ମୁତାବକ, କେବଳ ଯାଜପୁର ଜିଲ୍ଲାରେ ବୈତରଣୀ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ୧୨୪  ଗ୍ରାମପଞ୍ଚାତର ୪ ଲକ୍ଷ ଲୋକ । ଯାଜପୁର ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍‌ କାମରେ ଓଡ୍ରାଫ୍‌ ଓ ଏନଡିଆରଏଫ ମୁତୟନ ଅଛନ୍ତି । ଯାଜପୁର ଜିଲ୍ଲାକୁ ଆଉ ଦୁଇଟି ଏନଡିଆରଏଫ ଟିମ୍‌ ଓ ୧୦ ଟି ବୋଟ୍‌ ପଠାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.