Below header

ବ୍ରହ୍ମପୁର: ବୋମାର ଶିକାର ହେଲା ଆଉ ଗୋଟିଏ ନିରୀହ ଗାଈ, ବାରହା ଶିକାର ପାଇଁ ପକାଯାଇଥିବା ବୋମାକୁ ଖାଇ ଗୁରୁତର,

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜାମ ଜିଲ୍ଲାରେ ପୁଣି ଗାଈ ମୁହଁରେ ଫୁଟିଲା ବୋମା । ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ କାଳୁଆ ରୋଡ୍ ଡିପଲ କଲୋନୀ ନିକଟରେ ଘଟିଛି ଏହି ଅଘଟଣ । ବାରହା ଶିକାର କରିବା ଲଗା ଯାଇଥିବା ବୋମାକୁ ଗାଈ ଖାଇବା ଦେବା ଫଳରେ ମୁହଁ ନିକଟରେ ଫୁଟି ଗାଈଟି ଗୁରୁତର ଆହାତ ହୋଇଛି । ଘଟଣା ସମ୍ପର୍କରେ ସଦର ଥାନା ପୋଲିସ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି ।

ସେପଟେ ଦୁଇ ଦିନ ତଳେ ମଧ୍ୟ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କେନ୍ଦୁପାଟ ଗାଁରେ ବାରହା ଶୀକାର କରିବା ଲାଗି ବୋମା ରଖା ଯାଇଥିବା ବେଳେ ବୋମା ଫୁଟି ଗୋଟିଏ ଗାଈ ଗୁରୁତ୍ତର ଆହାତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.