ରାଉରକେଲା ଗ୍ୟାସ ଲିକ୍ ଘଟଣା: ନିଲମ୍ବିତ ହେଲେ ଦୁଇ ଡିଜିଏମ, ମୃତକଙ୍କ ପରିବାରରୁ ଜଣକୁ ମିଳିବ ଚାକିରି

ରାଉରକେଲା(କେନ୍ୟୁଜ୍): RSP ଗ୍ୟାସ ଲିକ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ। ୨ ଜଣ ଡିଜିଏମଙ୍କୁ କରାଗଲା ସସପେଣ୍ଡ୍। କର୍ତ୍ତବ୍ୟରେ ଅବହେଳା କାରଣରୁ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସିଇଓ ଏହି ଦୁଇ ଜଣଙ୍କୁ ସସପେଣ୍ଡ  କରିଥିବାର ସୂଚନା ମିଳିଛି।  ଦୁଇ  ଡିଜିଏମଙ୍କ ହେଲେ କୋଲ କେମିକାଲ ଡିପାର୍ଟମେଣ୍ଟର DGM ଏନ୍. ଦାସ ଓ ଏନର୍ଜି ମ୍ୟାନେଜମେଣ୍ଟ DGM ଜି. ବାରିକ ।

ଏହାସହ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଓ  ମୃତକଙ୍କ ପରିବାର ପିଛା  ଅଢେଇ ଲକ୍ଷ ଟଙ୍କା ଦେବାକୁ  ନିଷ୍ପତ୍ତି ନେଇଛନ୍ତି RSP କର୍ତ୍ତୃପକ୍ଷ । ଶ୍ରମିକମାନଙ୍କୁ  କାମ କରାଉଥଥିବା ଠିକା ସଂସ୍ଥା ଏହି ଅଢେଇ ଲକ୍ଷ ଦେବାକୁ RSP ନିର୍ଦ୍ଦେଶ ଦେଇଛି । ଏ ନେଇ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସଞ୍ଚାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.