ଦଶାହ କର୍ମ ବେଳେ ମହାନଦୀରେ ବୁଡ଼ି ପୁରୋହିତଙ୍କ ମୃତ୍ୟୁ

ସାଲେପୁର (କେନ୍ୟୁଜ୍‌) : ଏମିତି ବି ମୃତ୍ୟୁ ଆସେ । ସେ ଆସିଥିଲେ ଶୁଦ୍ଧିକ୍ରିୟା କାମରେ । ତେବେ ଦଶକ୍ରିୟା ତୁଠରେ ଯେମିତି ଜଗି ବସିଥିଲା ଯମ । ଦଶାହ କର୍ମ ପରେ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ଭାସିଗଲେ ପୁରୋହିତ । ପରେ ନିଖୋଜ ବୃଦ୍ଧଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ କଟକ ଜିଲ୍ଲା କିଶନ ନଗର ଫୁଲରା ଗାଁର ରମେଶ ପଣ୍ଡା।

କିଶନ ନଗର ନିକଟ ମହାନଦୀରେ ଦଶ କ୍ରିୟା କାମ କରି ଗାଧୋଇବାକୁ ଯାଇଥିଲେ ପୁରୋହିତ ରମେଶ । ହେଲେ ସାମାନ୍ୟ ଅସାବଧାନତାରୁ ପାଣିରେ ଗୋଡ଼ ଖସି ଯାଇ ସେ ନିଖୋଜ ହୋଇ ଯାଇଥିଲେ। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଖୋଜା ଖୋଜି କରିବା ପରେ ରମେଶଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ କିଶନନଗର ପୋଲିସ ପହଂଚି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

PUROHITA DEATH-1

ସ୍ଥାନୀୟ ଫୁଲରା ଗ୍ରାମର ସମସ୍ତଙ୍କ ଅତି ପ୍ରିୟ ଓ ଆପଣାର ଥିଲେ ରମେଶ ନନା l ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି l ଚର୍ଚ୍ଚା ଚାଲିଛି, ଯିଏ ମୃତକଙ୍କ ଆତ୍ମାର ସଦଗତି ପାଇଁ କ୍ରିୟା କରୁଥିଲେ ସେ ନିଜେ ଏମିତି ଚାଲିଗଲେ କେମିତି ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.