ପୁରୀରେ ପୁଣି ବୋମାମାଡ, ୪ କର୍ମଚାରୀ ଗୁରୁତର ଆହତ

ପୁରୀରେ ପୁଣି ବୋମାମାଡ। ବାଲିଘାଟ ନିକଟ ଭୁଦାନ ଛକରେ ବୋମାମାଡ। ଏହି ବୋମାମାଡ ମାଡ଼ରେ ୪ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି।

ପୁରୀ (କେନ୍ୟୁଜ): ପୁରୀରେ ପୁଣି ବୋମାମାଡ । ବାଲିଘାଟ ନିକଟ ଭୁଦାନ ଛକରେ ବୋମାମାଡ । ଏହି ବୋମାମାଡ ମାଡ଼ରେ ୪ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।

ସୂଚନା ଅନୁସାରେ ବାଲିଘାଟ ନିକଟ ଭୁଦାନ ଛକରେ ସୁବ୍ରତ କୁମାର ଦିକ୍ଷୀତଙ୍କ ବାଇକ ଓ୍ବାର୍କସପ୍ ଉପରକୁ ହୋଇଛି ବୋମାମାଡ଼ । ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତିନୋଟି ବୋମାମାଡ କରିଥିବା ସୂଚନା ମିଳିଛି ।  ଏହି ବୋମା ମାଡ଼ରେ ଓ୍ବାର୍କସପ୍ ରେ କାର୍ଯ୍ୟ କରୁଥିବା ଚାରିଜଣ କର୍ମଚାରୀ ଗୁରୁତର ଆହତ । ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ତାଳବଣିଆ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି । ବୋମା ମାଡର କାରଣ ପୂର୍ବ ଶତ୍ରୁତା କି ଆଉ କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.