ନବ ବର୍ଷରେ ଖିଚିଂ ମାଟିର ବୀର ଯବାନ ଯଦୁମଣି ନାଏକଙ୍କ ମୃତ୍ୟୁ, ରାଷ୍ଟ୍ରୀୟ ସମ୍ମାନ ସହିତ ସମ୍ପନ୍ନ ହେଲା ଶେଷକୃତ୍ୟ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଅନ୍ତର୍ଗତ ଖିଚିଂ ଗ୍ରାମର ସି ଆର୍ ପି ଏଫ୍ ଯବାନ ଯଦୁମଣି ନାଏକଙ୍କ ଗତକାଲି ମୃତ୍ୟୁ ହୋଇଛନ୍ତି ।କିଛି ଦିନ ହେବ ସେ ଭୁବନେଶ୍ୱର ଏକ ଘୋରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ତାଙ୍କ ମୃତଶରୀର ତାଙ୍କ ଖିଚିଂରେ ଥିବା ନିଜ ବାସଭବନକୁ ଅଣାଯାଇଥିଲା ।

jawanପୋଲିସ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ସହିତ ତୋପ ସଲାମ୍ କରି “ବୀର ଯବାନ ଅମର ରହେ “ସ୍ଲୋଗାନ ଦେଇ ଶ୍ମଶାନ ଘାଟରେ ଶେଷକୃତ୍ୟ କରାଯାଇଥିଲା। ତେବେ ଯବାନଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.