ସାନଖେମୁଣ୍ଡିରେ ମିଶନ ଶକ୍ତି ସହାୟତାରେ ଝାଡୁ ତିଆରି ୟୁନିଟ୍ ଓ ମକା ପ୍ରୋସେସିଂ ୟୁନିଟ୍ ଉଦ୍ଘାଟିତ, ପ୍ରତ୍ୟକ୍ଷ ଭାବେ ୮୦ ଜଣ ମହିଳା କର୍ମ ନିଯୁକ୍ତି ପାଇବେ
ବ୍ରହ୍ମପୁର (କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖେମୁଣ୍ଡିଖୋଲରେ ମିଶନ ଶକ୍ତି ସହାୟତାରେ ଝାଡୁ ତିଆରି ୟୁନିଟ୍ ଓ ମକା ପ୍ରୋସେସିଂ ୟୁନିଟ୍ ଉଦ୍ଘାଟିତ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ୟୁନିଟ୍କୁ ଉଦ୍ଘାଟନ କରିଛନ୍ତି । ଉନ୍ନତମାନର ଝାଡୁ ତିଆରି ପାଇଁ ତାଲିମ୍ ପ୍ରଦାନ ସହ ମେସିନ ଯୋଗାଇ ଦେଇଛି ଓରମାସ । ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଦୁଇଟି ଯୋଜନା ହେବା ଯୋଗୁ ଲୋକଙ୍କ ଆର୍ଥିକ କ୍ଷେତ୍ରରେ ବିକାଶ ହେବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ଓ ଝାଡୁ ତିଆରି ତାଲିମ୍ ପ୍ରଶିକ୍ଷକ । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର କରୁଥିବା ଯୋଜନାରେ ଏହା ଆଉ ଏକ ଯୋଜନା । କାରଣ ବହୁତ ସମୟରେ ଚାଷୀ ଉତ୍ପାଦନ କରୁଥିବା ସାମଗ୍ରୀର ଉଚିତ ପ୍ରାପ୍ୟ ମିଳିପାରେ ନାହିଁ । ତେଣୁ ଏହି ଦୁଇଟି କାମ ଆରମ୍ଭ ହେବା ପରେ ମିଶନ ଶକ୍ତି ଜରିଆରେ ୮୦ ଜଣ ମହିଳା ପ୍ରତ୍ୟକ୍ଷ ଭାବେ କର୍ମ ନିଯୁକ୍ତି ପାଇବେ ଓ ଚାଷୀଙ୍କ ଅଭାବୀ ବିକ୍ରିରୁ ମୁକ୍ତି ମିଳିବ ବୋଲି କୁହାଯାଇଛି ।