ବଢିଲା ରେପୋ ରେଟ୍‌, ଋଣ ଉପରେ ସୁଧ ହାର ଏବଂ EMI ବଢ଼ିବ

କେନ୍ୟୁଜ୍(ବ୍ୟୁରୋ): ବଢିଲା ରେପୋ ରେଟ୍‌ । ୫୦ ବେସିସ୍‌ ପଏଣ୍ଟ ବଢାଇଛି ଆରବିଆଇ । ଫଳରେ ଏହା ୪.୪୦ ପ୍ରତିଶତରୁ ୪.୯୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି । ରେପୋ ରେଟ୍‌ ବଢିବା ପରେ ଋଣ ଉପରେ ସୁଧ ହାର ଏବଂ EMI ବଢ଼ିବ । ଗତ ଏକ ମାସ ଭିତରେ ରେପୋ ରେଟ୍‌ ଦୁଇ ଥର ବୃଦ୍ଧି ପାଇଛି । ରେପୋ ରେଟ ବୃଦ୍ଧି ପରେ ମୁଦ୍ରାସ୍ଫୀତି ଉପରେ ନିୟନ୍ତ୍ରଣ ଆସିବ ବୋଲି ଆରବିଆଇ ଆଶା ରଖିଛି ।

୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରାଯାଇଛି । ସେହିପରି ମୁଦ୍ରାସ୍ପୀତି ହାର ୬.୭ ପ୍ରତିଶତ ରହିବ । ଏଣିକି ୟୁପିଆଇ ପ୍ଲାଟଫର୍ମରେ କ୍ରେଡିଟ କାର୍ଡକୁ ଲିଙ୍କ କରାଯିବ । ପ୍ରଥମେ ରୂପେ କାର୍ଡରୁ ଏହା ଆରମ୍ଭ ହେବ । ଇ ମ୍ୟାଣ୍ଡେଟ କାରବାର ସୀମା ୧୫ ହଜାରରୁ ବୃଦ୍ଧି ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.