ଉଦ୍ଘାଟନ ବେଳେ ଭୁଶୁଡ଼ିପଡ଼ିଲା ବ୍ରିଜ୍, ସ୍ତ୍ରୀଙ୍କ ସହ ନାଳରେ ପଡ଼ିଲେ ମେୟର; ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଉଦ୍ଘାଟନ୍ ବେଳେ ଭୁଶୁଡ଼ି ପଡ଼ିଲା ବ୍ରିଜ୍। ନାଳରେ ଯାଇ ପଡ଼ିଲେ ମେୟର। କେବଳ ମେୟର ନୁହେଁ, ତାଙ୍କ ପତ୍ନୀ ବି ଯାଇ ପଡ଼ିଲେ ନାଳରେ। ମେକ୍ସିକୋ ସହରରେ ଏକ ବ୍ରିଜ୍ ଉଦ୍ଘାଟନ୍ ବେଳେ ଏଭଳି ଅଘଟଣ ଘଟିଛି। ଏହି ବ୍ରିଜ୍ ଉଦ୍ଘାଟନ ବେଳେ ସହରର ମେୟରଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଲୋକମାନେ ବ୍ରିଜ୍ ଉପରେ ଚଢ଼ିବା ବେଳେ ହଠାତ୍ ଏହା ଭାଙ୍ଗି ପଡ଼ିଥିଲା ଓ ମେୟରଙ୍କ ସମେତ ପାଖାପାଖି ୨ ଡଜନ ଲୋକ ତଳେ ଗଳି ପଡ଼ିଥିଲେ।
ମେକ୍ସିକୋର କ୍ୱେର୍ନିବାକା ସହରରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା। ଏଠାରେ ଏକ ନଦୀ ଉପରେ ଏକ ଫୁଟ୍ ବ୍ରିଜ୍ ତିଆରି କରାଯାଇଥିଲା। ଏହି ବ୍ରିଜ୍ କାଠ ଓ ମେଟାଲ ଚେନ୍ରେ ନିର୍ମିତ ହୋଇଥିଲା। ଫଳରେ ଏହା ଅଳ୍ପ ଭାର ସମ୍ଭାଳିବାକୁ ସକ୍ଷମ ଥିଲା। କିନ୍ତୁ ଉଦ୍ଘାଟନ ବେଳେ ଏହି ବ୍ରିଜ୍ ଉପରେ ଏକକାଳୀନ ପାଖାପାଖି ୫୦ ଜଣ ଚଢ଼ିଯାଇଥିଲେ। ଫଳରେ ତାହା ଛିଡ଼ି ପଡ଼ିଥିଲା ଏବଂ ମେୟର ଓ ତାଙ୍କ ପତ୍ନୀଙ୍କ ସମେତ ପାଖାପାଖି ୧୫ ଜଣ ଲୋକ ତଳେ ନାଳରେ ଗଳି ପଡ଼ିଥିଲେ।
ଦେଖନ୍ତୁ ଭିଡିଓ:
Cae alcalde de Cuernavaca, José Luis Urióstegui y su esposa durante la reinauguración del paso Rivereño en Amanalco, el puente colgante se rompió, también están lesionados regidores y la Síndico
Información: @Reportero1965 pic.twitter.com/x60I7b0GIB— Nueve Morelos (@TelevisaMorelos) June 7, 2022
Also Read: ଜୁନ୍ ୧୮ରେ ପଡ଼ୁଛି ମହାଲକ୍ଷ୍ମୀ ଯୋଗ: ଚମକିବ ଏହି ୩ଟି ରାଶିର ଭାଗ୍ୟ, ମିଳିବ ପ୍ରବଳ ଧନ ସମ୍ପତ୍ତି
ଏହି ବ୍ରିଜ୍ ଛିଡ଼ିବା ପରେ ସହରର କାଉନ୍ସିଲ ମେମ୍ବର ଓ ଅନ୍ୟ ସ୍ଥାନୀୟ ଅଧିକାରୀ ୩ ମିଟର ତଳେ ନାଳରେ ଗଳି ପଡ଼ିଥିଲେ। ନାଳ ତଳେ ପଥର ଥିଲା। ଲୋକମାନେ ଏହ ପଥର ଉପରେ କଚି ହୋଇ ପଡ଼ିଥିଲେ। ଏ ଅବସରରେ ଲୋକମାନେ କ୍ଷତାକ୍ତ ବି ହୋଇଥିବା ଜଣାଯାଇଛି। ପରେ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରିପୋର୍ଟ ମୁତାବକ, ବ୍ରିଜ୍ ଉପରେ ଅତ୍ୟଧିକ ଲୋକ ଚଢ଼ିଯିବାରୁ ତାହା ଛିଡ଼ିପଡ଼ିଥିଲା। ଏହି ପୂରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଭିଡିଓରେ ଅନେକ ଲୋକ ନାଳରେ ପଡ଼ୁଥିବା ଦେଖାଯାଇଛି।