ଖୁବଶୀଘ୍ର ନୂଆ ମନ୍ତ୍ରିମଣ୍ଡଳ, ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଅଙ୍କକଷା ଆରମ୍ଭ

ଖୁବଶୀଘ୍ର ନୂଆ ମନ୍ତ୍ରିମଣ୍ଡଳ । ଟିମ୍‌ ନବୀନରେ କିଏ ହେବେ ନୂଆ ମୁହଁ? କାହାକୁ ମିଳିବ କେଉଁ ବିଭାଗ? ବଦଳିବାକୁ ଯାଉଥିବା ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଅଙ୍କକଷା ଆରମ୍ଭ । ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ଚର୍ଚ୍ଚା ଜୋର ଧରିଛି।

ଭୁବନେଶ୍ୱର (କେନ୍ୟୁଜ):  ଖୁବଶୀଘ୍ର ନୂଆ ମନ୍ତ୍ରିମଣ୍ଡଳ । ଟିମ୍‌ ନବୀନରେ କିଏ ହେବେ ନୂଆ ମୁହଁ? କାହାକୁ ମିଳିବ କେଉଁ ବିଭାଗ? ବଦଳିବାକୁ ଯାଉଥିବା ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଅଙ୍କକଷା ଆରମ୍ଭ । ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ଚର୍ଚ୍ଚା ଜୋର ଧରିଛି।

ଗଞ୍ଜାମ ଓ ପଶ୍ଚିମ ଓଡ଼ିଶାରୁ ଜଣକୁ ମନ୍ତ୍ରୀ ପଦ ମିଳିବା ଏକ ପ୍ରକାର ନିଶ୍ଚିତ। ନବ ଦାସଙ୍କ ମୃତ୍ୟୁ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି । ମନ୍ତ୍ରିମଣ୍ଡଳ ଅଦଳବଦଳରେ କିଏ ହେବେ ସ୍ୱାସ୍ଥ୍ୟମନ୍ତ୍ରୀ ? ପଶ୍ଚିମ ଓଡ଼ିଶାରୁ କାହାକୁ ଜଣଙ୍କୁ ମିଳିପାରେ ଦାୟିତ୍ୱ। ବରଗଡ଼ ଲୋକସଭା କ୍ଷେତ୍ରରୁ ଜଣେ ବିଧାୟକ ମନ୍ତ୍ରୀ ହୋଇପାରନ୍ତି ।

ଚର୍ଚ୍ଚାରେ ଆଗରେ ଅଛନ୍ତି ବିଧାୟକ ସୁଶାନ୍ତ ସିଂ । ସେ ଏବେ ବରଗଡ଼ ଜିଲ୍ଲାର ଭଟଲିରୁ ବିଧାୟକ ଅଛନ୍ତି। ଗତ ଉପନିର୍ବାଚନ ବେଳେ ସୁଶାନ୍ତ ସିଂଙ୍କ ବିଶେଷ ଭୂମିକା ରହିଥିଲା। ସେ ଜଣେ ଦକ୍ଷ ନେତା ତଥା ପୂର୍ବତନ ମନ୍ତ୍ରୀ । ନବୀନଙ୍କ ମନ୍ତ୍ରିମଣ୍ଡଳରେ ବରଗଡ଼ ଜିଲ୍ଲାରୁ ମନ୍ତ୍ରୀ ଅଛନ୍ତି ରୀତା ସାହୁ।

ସୋନପୁର ଜିଲ୍ଲାରୁ ନିରଞ୍ଜନ ପୂଜାରୀ, ବଲାଙ୍ଗିର ଜିଲ୍ଲାରୁ ଟୁକୁନି ସାହୁ, ସମ୍ବଲପୁର ଜିଲ୍ଲାରୁ ରୋହିତ ପୂଜାରୀ, ବୌଦ୍ଧରୁ ପ୍ରଦୀପ ଅମାତ, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ ମନ୍ତ୍ରୀ ଅଛନ୍ତି । ପଶ୍ଚିମ ଓଡ଼ିଶାରୁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲା ଏବେ ମନ୍ତ୍ରୀଶୂନ୍ୟ। ଏହି ଜିଲ୍ଲାର ବିଧାୟକଙ୍କ ଭିତରୁ କାହାକୁ ମିଳିବ କି ଟିମ୍‌ ନବୀନରେ ସୁଯୋଗ ତାକୁ ବି ଅପେକ୍ଷା। ଝାରସୁଗୁଡ଼ା ଓ ଆଖପାଖ ଜିଲ୍ଲାରେ ରହିଥିଲା ନବ ଦାସଙ୍କ ଦବଦବା।

ତେଣୁ ଦୀପାଳିଙ୍କୁ ବି ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଚାଲିଛି। ଗଞ୍ଜାମ ଜିଲ୍ଲାରୁ ବାଚସ୍ପତି ଥିବା ବିକ୍ରମ କେଶରୀ ଆରୁଖ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ପଦ ଛାଡି ଥିବାରୁ ଗଞ୍ଜାମ ଜିଲ୍ଲାରୁ ଜଣଙ୍କୁ ମନ୍ତ୍ରୀ ପଦ ମିଳିବା ବି ନିଶ୍ଚିତ । ବିକ୍ରମ କେଶରୀ ଆରୁଖଙ୍କ ନବୀନ ନିଜ ଟିମ୍‌ରେ ସାମିଲ କରି ପାରନ୍ତି ବୋଲି ଚର୍ଚ୍ଚା ବି ଚାଲିଛି । ସେହିପରି ରେସରେ ଅଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.