ଖାସ୍‌ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ ଧୋନି, ସୁନୀଲ ଗାଭାସ୍କରଙ୍କୁ ଟି-ସାର୍ଟରେ ଦେଲେ ଅଟୋଗ୍ରାଫ

ଧୋନିଙ୍କ ଫ୍ୟାନ୍‌ ସାଜିଲେ ସୁନୀଲ ଗାଭାସ୍କର । ସୁନୀଲଙ୍କ ଟି-ସାର୍ଟରେ ଅଟୋଗ୍ରାଫ ଦେଲେ ଧୋନି । ଆଉ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଷ୍ଟାଡିୟମରେ ଚକ୍କର ମାରିଥିଲେ ଧୋନି ।

ଆଇପିଏଲ୍‌ ୨୦୨୩ରେ ରବିବାର ଦିନ ଚିଦାମ୍ବରମ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ମ୍ୟାଚ ଚେନ୍ନାଇ ହାରିବା ପରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଧୋନି ଷ୍ଟାଡିୟମରେ ଉପସ୍ଥିତ ଥିବା ଚେନ୍ନାଇ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇବା ପାଇଁ ମଇଦାନର ଚକ୍କର ମାରିଥିଲେ । ଆଉ ଏହି ସମୟରେ ସୁନୀଲ ଗାଭାସ୍କର ମଧ୍ୟ ଧୋନିଙ୍କ ପାଖକୁ ଦୌଡି ଯାଇଥିଲେ । ଅଟୋଗ୍ରାଫ ମାଗିଥିଲେ । ଧୋନି ପ୍ରଥମେ ଗାଭାସ୍କରଙ୍କ ଟି ସାର୍ଟରେ ଅଟୋଗ୍ରାଫ ଦେଇ ଆଲିଙ୍ଗନ କରିଥିଲେ ।

ଧୋନିଙ୍କ ସମେତ ସିଏସକେର କିଛି ଖେଳାଳିଙ୍କ ହାତରେ ର‍୍ୟାକେଟ ଧରିଥିଲେ ଆଉ ଏହା ସାହାଯ୍ୟରେ ଟେନିସ ବଲ୍‌ ଫ୍ୟାନ୍ସଙ୍କୁ ପକାଇଥିଲେ । ପ୍ରଶଂସକମାନେ ଭିଡରେ ଟି-ସାର୍ଟ ଫେପାଡିଥିଲେ।

ତେବେ ଏହି ସମୟରେ କ୍ୟାମେରାମ୍ୟାନ, ଗ୍ରାଉଣ୍ଡଷ୍ଟାଫ ନିଜ ସାର୍ଟରେ ହସ୍ତାକ୍ଷର ପାଇଁ ଧୋନିଙ୍କ ସାମ୍ନାରେ ଲାଇନ୍‌ ହୋଇ ଠିଆ ହୋଇଥିଲେ । ଅଟୋଗ୍ରାଫ ଧୋନି ଦେବା ସମୟରେ ସେଠାରେ ଉପସ୍ଥିତ ଥିବା ପୋଲିସକର୍ମୀ ମଧ୍ୟ ଉତ୍ସାହିତ ନଜର ଆସିଥିଲେ । ଧୋନିଙ୍କ ସହିତ ସେଲଫି ନେଇଥିଲେ । ପୁରା ପଡିଆରେ ଧୋନିଙ୍କ ନାମରେ ନାରାବାଜୀ ଦେଉଥିଲେ ଫ୍ୟାନ୍ସ । ଆଉ ଧୋନି ଶେଷରେ ସମସ୍ତ ଫ୍ୟାନ୍ସଙ୍କୁ ଅଭିବାଦନ ଦେଇ ପାଭିଲିୟମ ଫେରିଯାଇଥିଲେ ।

ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ୬ ଓ୍ଵିକେଟରେ ହରାଇଛି କୋଲକତା ନାଇଟ ରାଇଡର୍ସ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଚେନ୍ନାଇ ସୁପରକିଙ୍ଗସ ୬ ଓ୍ଵିକେଟ ହରାଇ ୧୪୩ ରନ୍‌ କରିଥିଲା । ଶିବମ ଦୁବେ ୩୪ ବଲରେ ୪୮ ରନ୍‌ କରିଥିଲେ । ଏଥିରେ ୩ଟି ଛକା ଏବଂ ୧ ଚଉକା ରହିଥିଲା । ସେହିଭଳି କନେଓ୍ଵ ୩୦ ରନ୍‌ , ଜାଡେଜା ୨୦ ରନ୍‌ କରିଥିଲେ । ଏହି ମ୍ୟାଚକୁ କୋଲକତା ୯ ବଲ୍‌ ଥାଇ ଜିତିନେଇଥିଲା କୋଲକତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.