ଟେଷ୍ଟିଙ୍ଗ ଓ ଟ୍ରେସିଙ୍ଗ ବଢ଼ିବାରୁ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ରାଜଧାନୀରୁ ୨୪୭ ପଜିଟିଭ

ଭୁବନେଶ୍ୱର: ଟ୍ରେସିଙ୍ଗ ଓ ଟେଷ୍ଟିଙ୍ଗ ସାଙ୍ଗକୁ ରାଜଧାନୀ ଭୁବନେଶ୍ୱରରେ ବଢି ଚାଲିଛି ପଜିଟିଭ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ସହରରୁ ୨୪୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ବିଏମସି କତ୍ତୃପକ୍ଷ । ଚିହ୍ନଟଙ୍କ ମଧ୍ୟରୁ ୧୪୮
ଜଣ କ୍ଵାରେଣ୍ଟାଇନ ସେଣ୍ଟରରେ ପୂର୍ବରୁ ଥିବା ବେଳେ ବାକି ୯୯ ଜଣ ଲୋକାଲ କଣ୍ଟକଟରୁ ସଂକ୍ରମିତ ହୋଇଥିବା ଜଣାଯାଇଛି । ଆଜିର କେଶକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ଚିହ୍ନଟଙ୍କ ସଂଖ୍ୟା ୪୮୪୨କୁ ବୃଦ୍ଧି ପାଇଥିବା ବେଳେ ୨୩ ଜଣଙ୍କ ମୃତ୍ୟୁ ହୋଇଛି ।

ଏଯାବତ ୩୧୧୮ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବା ବେଳେ ୧୬୯୫ଟି ଆକ୍ଟିଭ କେଶ ରହିଛି । କିନ୍ତୁ ବିଏମ୍ସି କାର୍ଯ୍ୟାଳୟ ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ ନୂଆ ଚିନ୍ହଟଙ୍କ ମଧ୍ୟରୁ ୧୪୬ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଯେବେକି ଗତ ୨୪ ଘଣ୍ଟାରେ ୧୦୩ ଜଣ ଆରୋଗ୍ୟ ଲାଭ କରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.