ଗଞ୍ଜାମ ପଞ୍ଚଭୂତି ନିକଟରେ ହୁତୁ ହୁତୁ ହୋଇ ଜଳିଗଲା କାର, କେହି ମୃତାହତ ହୋଇନଥିବା ସୂଚନା

କାରଟି ଭୁବନେଶ୍ବରରୁ ଭଞ୍ଜନଗର ଯାଉଥିଲା । ଏତିକିବେଳେ କାରରେ ହଠାତ୍ ନିଆଁ ଲାଗିଥିଲା । ଏହାପରେ କାରରେ ଥିବା ଯାତ୍ରୀ ବାହାରକୁ ଚାଲି ଆସିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଭଞ୍ଜନଗର(କେନ୍ୟୁଜ୍): ଚଳନ୍ତା କାରରେ ନିଆଁ । ହୁତୁ ହୁତୁ ହୋଇ ଜଳିଗଲା କାର। ଗଞ୍ଜାମ ଜିଲ୍ଲା ପଞ୍ଚଭୂତି ନିକଟରେ ଏହି ଘଟଣା ଘଟିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । କାରଟି ଭୁବନେଶ୍ବରରୁ ଭଞ୍ଜନଗର ଯାଉଥିଲା । ଏତିକିବେଳେ କାରରେ ହଠାତ୍ ନିଆଁ ଲାଗିଥିଲା । ଏହାପରେ କାରରେ ଥିବା ଯାତ୍ରୀ ବାହାରକୁ ଚାଲି ଆସିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କେଉଁ ପରିସ୍ଥିତିରେ ଓ କିଭଳି କାରରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.