ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା , ଆଜି ଦାଖଲ ହେଲା ଫାଇନାଲ ଚାର୍ଜସିଟ୍‌

ବଲାଙ୍ଗିର(କେନ୍ୟୁଜ୍) : ବହୁଚର୍ଚ୍ଚିତ ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆଜି ଫାଇନାଲ ଚାର୍ଜସିଟ୍‌ ଦାଖଲ ହୋଇଛି । ପାଟଣାଗଡ଼ SDJM କୋର୍ଟରେ କ୍ରାଇମବ୍ରାଞ୍ଚ ଏହି ଚାର୍ଜସିଟ୍‌ ଦାଖଲ କରିଛି। ୭୬ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ । ୭୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ ଏବେ ପାଟଣାଗଡ଼ ଜେଲ୍‌ରେ ରହିଛନ୍ତି ।

parcel bomb ଗତବର୍ଷ ଫେବୃୟାରୀ ୨୩ରେ ଅଧ୍ୟାପକ ପୁଞ୍ଜିଲାଲ୍‌ କରିଥିଲା ଭୟଙ୍କର ବିସ୍ଫୋରଣ। ଏଥିରେ ନବବିବାହିତ ସୌମ୍ୟଶେଖରଙ୍କ ସହ ତାଙ୍କ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା । ଏହାପରେ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍‌ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା । ଗତ ଅଗଷ୍ଟରେ ମାମଲାର ଅନ୍ତରୀଣ ଚାର୍ଜସିଟ୍‌ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ ।

  

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.