ପାଳିତ ହେଉଛି ୧୯୭୧ ପାକିସ୍ତାନ ଯୁଦ୍ଧରେ ଭାରତର ଐତିହାସିକ ବିଜୟର ୫୦ ବର୍ଷ, INS ଚିଲିକାରେ ପହଞ୍ଚିଲା ବିଜୟ ମସାଲ

ଟାଙ୍ଗୀ(କେନ୍ୟୁଜ୍):୧୯୭୧ ମସିହାରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟର ୫୦ ବର୍ଷ ପୁରିଛି ଏହି ଅବସରରେ ଦେଶବ୍ୟାପୀ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି। ଏହି ଉପଲକ୍ଷେ ଗତ ବର୍ଷ ଡିସେମ୍ବର ୧୬ ତାରିଖ ଦିନ ଦିଲ୍ଲୀରୁ ପୁର୍ବ ଭାରତ ଉତ୍ତର ଭାରତ ଦକ୍ଷିଣ ଭାରତ ଓ ପଶ୍ଚିମ ଭାରତକୁ ଚାରି ଦିଗକୁ ପରିକ୍ରମା କରୁଛି । ଏହି ଅବସରରେ ପୁର୍ବ ଭାରତ ସ୍ବର୍ଣ୍ଣିମ ବିଜୟ ମଶାଲ ଗତକାଲି ଭାରତୀୟ ନୌସେନା ଆଇ ଏନ ଏସ୍ ଚିଲିକାରେ ପହଁଚିବା ପରେ ଆଇ ଏନ ଏସ୍ ଚିଲିକା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ୧୯୭୧ ଯୁଦ୍ଧରେ ଅଦମ୍ୟ ସାହସ ଓ ଦେଶପ୍ରେମର ପ୍ରଦର୍ଶନ କରିଥିବା ସେନାବାହିନୀର ଯବାନମାନଙ୍କ ସ୍ମୃତିରେ ତଥା ବିଜୟ ମଶାଲକୁ ସମ୍ମାନ ଜଣାଇ ଆଜି ଦ୍ୱିତୀୟ ଦିନରେ ଐତିହାସିକ ପାଇକ ମାଟି ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ, ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରି ପ୍ରସାଦ ଓ ଦେଶ ସ୍ୱାଧୀନର ମୁକ ସାକ୍ଷୀ ବାଣପୁର ଥାନା ପରିକ୍ରମା କରିଥିଲା ।

mashal1

ଏହି କାର୍ଯ୍ୟକ୍ରମରେ ୧୯୭୧ ଯୁଦ୍ଧରେ ଭାଗ ନେଇଥିବା ପୂର୍ବତନ ସେନା ଯବାନଙ୍କୁ ମନେ ପକାଇବା ଉଦ୍ଦେଶ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହା ସହ ଏକବର୍ଷ ବ୍ୟାପୀ ପାଳନ କରାଯାଉଥିବା ସ୍ବର୍ଣ୍ଣିମ ବିଜୟ ବର୍ଷ ସମ୍ପର୍କରେ ଜନସାଧାରଣଙ୍କୁ ସାମିଲ କରିବା ଲାଗି କାର୍ଯ୍ୟକ୍ରମରେ ସଚେତନତା ସୃଷ୍ଟି କରାଯାଇଥିଲା।

 ଏହି କାର୍ଯ୍ୟକ୍ରମରେ ନୌସେନା ଅଧିକାରୀ, କଲେଜ କର୍ତ୍ତୃପକ୍ଷ, ସ୍ଥାନୀୟ ବୁଦ୍ଧିଜୀବୀ , ସ୍ଥାନୀୟ ପୋଲିସ ବାହିନୀ, ଶିକ୍ଷାନୁଷ୍ଠାନର ସମରଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ ବିପୁଳ ଉତ୍ସାହ, ଉଦ୍ଦୀପନା ଓ ରାଷ୍ଟ୍ରଭକ୍ତି ସହିତ ଅଂଶଗ୍ରହଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.