ବିଜୁଳି ଚୋରି ରୋକିବାକୁ ସେସୁ ନେବ କାର୍ଯ୍ୟାନୁଷ୍ଠାନ, ଚୋରି ଖବର ଦେଲେ ଖବର ଦାତାଙ୍କୁ ମିଳିବ ପୁରସ୍କାର

ବିଜୁଳି ଚୋରି ରୋକିବାକୁ ସେସୁ ନେବ କାର୍ଯ୍ୟାନୁଷ୍ଠାନ। ଆସନ୍ତା ୨/୩ ମାସ ମଧ୍ୟରେ ବିଭିନ୍ନ ଅଞ୍ଚଳରେ ସେସୁ ଚଢ଼ାଉ କରିବ। ଏହା ସହ ବିଜୁଳି ଚୋରି ସଂକ୍ରାନ୍ତରେ ଖବର ଦେଲେ ଖବର ଦାତାଙ୍କୁ ମିଳିବ ପୁରସ୍କାର। ଆଦାୟ ଜରିମାନାର ୧୦% ଅର୍ଥ ପୁରସ୍କାର ମିଳିବ। ବିଜୁଳି ଚୋରି ପାଇଁ ସେସୁର ୩୦ ପ୍ରତିଶତ ଟ୍ରାନ୍‌ସମିସନ କ୍ଷତି ହେଉଛି। ଆଗାମୀ ମିଟର ରିଡିଂରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ନିୟୋଜିତ କରାଯିବ। ସେମାନେ ବିଦ୍ୟୁତ ବିଲ ମଧ୍ୟ ଆଦାୟ କରିବେ। ଏହାସହ ଗାଁଗାଁରେ ସେସୁର ନେଟୱର୍କ ବଢାଇବାକୁ ଉଦ୍ୟମ କରାଯିବ। ବିଲ୍‌ କଲେକ୍ସନ,ଚଢ଼ାଉପାଇଁ ସେସୁ ଅଧିକାରୀଙ୍କୁ ଟାର୍ଗେଟ ଦିଆଯାଇଛି। ସେସୁର ସୋସିଆଲ ମିଡିଆର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସୋସିଆଲ ମିଡିଆରେ ଅଭିଯୋଗ କଲେ ତୁରନ୍ତ ସମାଧାନ ହେବ ବୋଲି ସେସୁ CEO ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ବିଜୁଳି ସମସ୍ୟାର ସମାଧାନ ପାଇଁ ମଧ୍ୟ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.