କେନ୍ଦ୍ରାପଡା ବଡ଼କୋଟ ଗାଁ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ହେନ୍ତାଳ ଜଙ୍ଗଲ କରି ଗାଁକୁ ପ୍ରକୃତିର କୋପରୁ କରୁଛନ୍ତି ରକ୍ଷା

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ବଡ଼କୋଟ ଗାଁ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା। ହେନ୍ତାଳ ଜଙ୍ଗଲ କରି ଗାଁକୁ ପ୍ରକୃତିର କୋପରୁ ରକ୍ଷା କରିଥିବାରୁ ମୁଖ୍ୟମନ୍ତ୍ରୀ ଟ୍ଵିଟ୍‌ କରି ଶୁଭେଛା ଜଣାଇଛନ୍ତି। ବାତ୍ୟା ଆସିଲେ ରାଜନଗର ବ୍ଲକ ଅନ୍ତର୍ଗତ ବଡ଼କୋଟ ଗାଁ ପ୍ରଭାବିତ ହୋଇଥାଏ। ଗାଁର ଅନେକ ଲୋକ ବାସହରା ମଧ୍ୟ ହୋଇଛନ୍ତି।

ତେଣୁ ଗାଁ ଲୋକେ ୨୦୦୮ରୁ ମା ଖରାଖାଇ ଲୁଣାଜଙ୍ଗଲ ସୁରକ୍ଷା ସମିତି କରିଛନ୍ତି। ମିଳିମିଶି ୨୫ ଏକର ସ୍ଥାନରେ ସୃଷ୍ଟି କରିଛନ୍ତି ଲୁଣା ଜଙ୍ଗଲ। ଏହି ଜଙ୍ଗଲର ଅନେକ ଗଛ ନଷ୍ଟ ହୋଇଥିଲେ ବି ଏବେ ବି ହଜାର ହଜାର ହେନ୍ତାଳ ଗଛ ଗାଁକୁ ସୁରକ୍ଷା ଦେଉଛି। ମୁଖ୍ୟମନ୍ତ୍ରୀଙ୍କ ଟ୍ଵିଟ୍‌ ପରେ ଗାଁ ଲୋକେ ଖୁସି। କିନ୍ତୁ ଅନୁରୋଧ କରିଛନ୍ତି ଗାଁକୁ ରକ୍ଷା କରିବା ପାଇଁ ନଦୀରେ ପଥର ପ୍ୟାକିଂ କରାଯାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.